ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣର ଅନଲାଇନ ସମର୍ଥନରେ ଆସାମରୁ 20 ଗିରଫ
ଗ୍ୱୌହାଟୀ, 14 ନଭେମ୍ବର (ହି.ସ.)- ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତମାନଙ୍କ ସପକ୍ଷରେ ସୋସିଆଲ ମିଡିଆରେ ସମର୍ଥନ ଦେଖାଇବା ମାମଲାରେ ଆସାମ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚଢ଼ାଉ କରି 20 ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ
ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣର ଅନଲାଇନ ସମର୍ଥନରେ     ଆସାମରୁ 20 ଗିରଫ


ଗ୍ୱୌହାଟୀ, 14 ନଭେମ୍ବର (ହି.ସ.)- ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତମାନଙ୍କ

ସପକ୍ଷରେ ସୋସିଆଲ ମିଡିଆରେ ସମର୍ଥନ ଦେଖାଇବା ମାମଲାରେ ଆସାମ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ

ନେଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚଢ଼ାଉ କରି 20 ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ

ଡ଼. ହିମନ୍ତ ବିଶ୍ୱ ଶର୍ମା ଶୁକ୍ରବାର ସୋସିଆଲ ମିଡିଆ ମାଧ୍ୟମରେ କହିଛନ୍ତି ଯେ,

ଏପରି ତତ୍ୱମାନଙ୍କୁ କଡ଼ା

ନଜରରେ ରଖାଯାଇଛି ଏବଂ ତଦନ୍ତ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।

ପୁଲିସ ଅନୁସାରେ, ଧରାପଡ଼ିଥିବା

ବ୍ୟକ୍ତିମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକ୍ରମଣରେ ଜଡିତ ଆତଙ୍କୀମାନଙ୍କ ସପକ୍ଷରେ ପୋଷ୍ଟ

ଏବଂ ପ୍ରତିକ୍ରିୟା ସେୟାର କରୁଥିଲେ। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଆତଙ୍କବାଦକୁ

ବଢ଼ାଇବା କିମ୍ବା ଦେଶର ସୁରକ୍ଷାକୁ ଚ୍ୟାଲେଞ୍ଜ କରିବାର କୌଣସି ଚେଷ୍ଟାକୁ ବରଦାସ୍ତ କରାଯିବ

ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande