ବିନିକା ଗୋକୁଳାଷ୍ଟମୀ ମହୋତ୍ସବ, ବକାସୁର ବଧ
ସୁବର୍ଣ୍ଣପୁର, ୧୪ ନଭେମ୍ବର (ହି.ସ.)- ବିନିକା କଂଶାରିପଡ଼ା ବ୍ରଜବିହାରି ନୃତ୍ୟ କଳା ପରିଷଦ ତରଫରୁ ଚାଲିଥିବା ଗୋକୁଳାଷ୍ଟମୀ ମହୋତ୍ସବର ଗୁରୁବାର ପଞ୍ଚମ ଦିବସରେ ଗୋପପୁରେ ନଟଖଟିଆ କୃଷ୍ଣ ଗୋପାଳ ପୁଅଙ୍କ ସହିତ ଲୁଚି ଛପି ବିଭିନ୍ନ ଘରକୁ ଯାଇ ଲହୁଣୀ ଚୋରୀ କରି ଖାଇବା, ଖେଳକୁଦରେ ମଜ୍ଜି ରହିବା, ମା ଯ
ବିନିକା ଗୋକୁଳାଷ୍ଟମୀ ମହୋତ୍ସବ, ବକାସୁର ବଧ


ବିନିକା ଗୋକୁଳାଷ୍ଟମୀ ମହୋତ୍ସବ, ବକାସୁର ବଧ


ସୁବର୍ଣ୍ଣପୁର, ୧୪ ନଭେମ୍ବର (ହି.ସ.)- ବିନିକା କଂଶାରିପଡ଼ା ବ୍ରଜବିହାରି ନୃତ୍ୟ କଳା ପରିଷଦ ତରଫରୁ ଚାଲିଥିବା ଗୋକୁଳାଷ୍ଟମୀ ମହୋତ୍ସବର ଗୁରୁବାର ପଞ୍ଚମ ଦିବସରେ ଗୋପପୁରେ ନଟଖଟିଆ କୃଷ୍ଣ ଗୋପାଳ ପୁଅଙ୍କ ସହିତ ଲୁଚି ଛପି ବିଭିନ୍ନ ଘରକୁ ଯାଇ ଲହୁଣୀ ଚୋରୀ କରି ଖାଇବା, ଖେଳକୁଦରେ ମଜ୍ଜି ରହିବା, ମା ଯଶୋଦାଙ୍କୁ ଧରାଛୁଁଆ ନଦେବା ଆଦି ମଞ୍ଚସ୍ଥ ଦୃଶ୍ୟ ଗୁଡିକ ଅତି ମନୋହର ଥିଲା । ସେପଟେ ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ହାତରେ କଂସର ମୃତ୍ୟୁ ଲେଖା ଅଛି ଭାବି କଂସ ଅତ୍ୟନ୍ତ ବିଚଳିତ ହୋଇପଡ଼ିଛି । ଡଗର ଠାରୁ ଷଣ୍ଢାସୁର ବଧ ଖବର ପାଇବା ପରେ ମର୍ମାହତ କଂସ ମନ୍ତ୍ରୀ ପରାମର୍ଶ କ୍ରମେ ଦୁଗ୍ଧ ପିଆ ଶିଶୁକୁ ମାରିବା ପାଇଁ ବକା ସୁର ରାକ୍ଷସକୁ ପ୍ରେରଣ କରିଥିଲେ। ହେଲେ ଦଇବ ସାହା ହେଲାନାହିଁ । ପ୍ରଭୁ ଶ୍ରୀକୃଷ୍ଣ ଵକା ସୁର ସହିତ ଯୁଦ୍ଧ କରି ତାକୁ ନିଧନ କରିଥିଲେ ଆଦି ଅନେକ ଦୃଶ୍ୟ ଉଭୟ ଗୋପପୁର ଓ ମଥୁରା ନଗରୀରେ ପ୍ରଦର୍ଶିତ ହୋଇଥିଲା। ସେପଟେ ବନ ଦୁର୍ଗା ପ୍ରାଙ୍ଗଣରେ ଅନୁଷ୍ଠିତ କଂସ ଦରବାରରେ ରାଜକୀୟ ଅତିଥି ଭାବେ ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ, କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ, ଉପାଧ୍ୟକ୍ଷ ତପସ୍ଵିନୀ ମେହେର, ଜିଲ୍ଲା ବିଜେଡ଼ି ଯୁବ ସଭାପତି ଅଶୋକ ନନ୍ଦ, ଇତିହାସ ଗବେଷକ ଶିକ୍ଷକ ସୁଦାମ ନାଏକ, କାଉନସିଲଲ ବିଜୟ ବରାଇ, ପ୍ରଦୀପ ବାଘ, ଜିତୁ ମଲ୍ଲିକ, କୁନି ଚିରଗୁନ ପ୍ରମୁଖ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ କମିଟି ସଭାପତି ମନୋଜ ଦାସ ସଭାପତିତ୍ଵ କରିଥିବା ବେଳେ ସମ୍ପାଦକ ଅତିଥି ପରିଚୟ ପ୍ରଦାନ ଏବଂ ହିମାଂଶୁ ଭୂଷଣ ପଣ୍ଡା, ସୌମ୍ୟ ରଞ୍ଜନ ପୂଜାରୀ, ବିରଞ୍ଚି ନାରାୟଣ ମେହେର ମଞ୍ଚ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande