“ଛାଡି ଯିବା ନାହିଁ ଫେରି ଆସିବା” କାର୍ଯ୍ୟକ୍ରମ ଆୟୋଜିତ
ଜୟପୁର, ୧୪ ନଭେମ୍ବର (ହି.ସ.)- ଶିଶୁ ଦିବସ ଅବସରରେ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଜୟପୁରରେ “ଛାଡି ଯିବା ନାହିଁ ଫେରି ଆସିବା ” କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ବିଦ୍ୟାଳୟରେ ପ୍ରଶିକ୍ଷଣ ନେଉଥିବା ବିକ୍ରମ ବିଶ୍ବବିଦ୍ୟାଳୟର ବି.ଏଡ. ଗୁରୁ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଦ୍ୟାଳୟରେ ଅନୁପସ୍ଥିତ
ଛାଡି ଯିବା ନାହିଁ ଫେରି ଆସିବା ” କାର୍ଯ୍ୟକ୍ରମ ଆୟୋଜିତ


ଜୟପୁର, ୧୪ ନଭେମ୍ବର (ହି.ସ.)- ଶିଶୁ ଦିବସ ଅବସରରେ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଜୟପୁରରେ “ଛାଡି ଯିବା ନାହିଁ ଫେରି ଆସିବା ” କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ବିଦ୍ୟାଳୟରେ ପ୍ରଶିକ୍ଷଣ ନେଉଥିବା ବିକ୍ରମ ବିଶ୍ବବିଦ୍ୟାଳୟର ବି.ଏଡ. ଗୁରୁ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଦ୍ୟାଳୟରେ ଅନୁପସ୍ଥିତ ରହୁଥ‌ିବା ଛାତ୍ରଛାତ୍ରୀ ମାନଙ୍କୁ ନିୟମିତ ବିଦ୍ୟାଳୟକୁ ଆଣିବା ପାଇଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ବିକ୍ରମଦେବ ବିଶ୍ବବିଦ୍ୟାଳୟର ମୁଖ୍ୟ ବି.ଏଡ. ବିଭାଗର ମୁଖ୍ୟ ଡଃ. ମନୋରଞ୍ଜନ ପ୍ରଧାନ ଓ ଅଧ୍ୟାପକ ଲୋକେଶ ପ୍ରଧାନ, ଅଧ୍ୟାପିକା ଶ୍ରୀମତୀ ପରିଚିତା ମହାପାତ୍ରଙ୍କ ତତ୍ତ୍ବାବଧାନରେ ପରିଚାଳନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନିଜର ସମ୍ପୂର୍ଣ ସହଯୋଗ ଦେଇଥିଲେ : ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ, ଜୟପୁରର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ବିଶ୍ଵ ରଞ୍ଜନ ଗୌଡ ଓ ସୌମ୍ୟ ରଞ୍ଜନ ପଟ୍ଟନାୟକ । ବିଶେଷ ଭାବରେ ଗୁରୁ ଛାତ୍ର ଛାତ୍ରୀ ବିଶ୍ୱଜିତ୍ ମାଝୀ, ଅନୁଜ କିସ୍କୁ, ଗୁଲସନ୍ ସାହୁ, ବସୁନ୍ଧରା ଗଣ୍ଡା, ସାଗର ଦାଶ, ଅଫସନା ପରୱିନ୍, ସୁଜିତ୍ ଶବର, ଅଙ୍କିତା ଦଲେଇ, ମୀନ ପୂଜାରୀ, ସୁରେଖା ମଣ୍ଡାଙ୍ଗି, ଗୀତିଆରl, ଅନନ୍ୟା ପ୍ରିୟ ଦର୍ଶିନୀ, ସୁମିତ୍ରା ସାହୁ, ଦୀପ୍ତି ମଇ ଦଣ୍ଡପାଟ, ଓମ୍ ତୁଷାର ମହାନ୍ତି, ବିଶ୍ଵ ରଞ୍ଜନ ବାରିକ, ଈପ୍ସିତା ଅଧିକାରୀ ଓ ରୋଜି କୁମାରୀ ମିଶ୍ର ଘର ଘର ବୁଲି ସମସ୍ତ ଅନୁପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କ ସର୍ଭେ କରିଥିଲେ l

ଏହି ସର୍ଭେ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେଉଁ ମାନେ ବିଦ୍ୟାଳୟକୁ ନିୟମିତ ଆସୁନଥିଲେ ସେହି ଛାତ୍ରଛାତ୍ରୀମାନଙ୍କ ପାଖରେ ପହଞ୍ଚିବା l ପ୍ରଶିକ୍ଷୁ ଗୁରୁ ଛାତ୍ରଛାତ୍ରୀ ମାନେ ସେହି ବିଦ୍ୟାର୍ଥୀ ମାନଙ୍କର ଘରକୁ ଯାଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସହ ଆଲୋଚନା କଲେ ଓ ଅନୁପସ୍ଥିତ ଛାତ୍ର ପ୍ରମୁଖ କାରଣ ଗୁଡ଼ିକ ସଂଗ୍ରହ କଲେ । ଏହି ସଂଳାପ ମାଧ୍ୟମରେ ଅନେକ ଅଭିଭାବକ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ନିୟମିତ ପଠେଇବାକୁ ପ୍ରତିଜ୍ଞା ନେଲେ । ଏହି କାର୍ଯ୍ୟକ୍ରମ ସଚେତନତା ବୃଦ୍ଧି ଓ ବିଶ୍ଵ ବିଦ୍ୟାଳୟ ସମୁଦାୟ ସମ୍ପର୍କକୁ ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲା l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande