
ନୂଆଦିଲ୍ଲୀ, 14 ନଭେମ୍ବର (ହି.ସ.)- ବିହାର ବିଧାନସଭା ନିର୍ବାଚନର ମତଗଣନା
ଜାରି ରହିଛି। ଟ୍ରେଣ୍ଡରେ ଭାରତୀୟ ଜନତା
ପାର୍ଟି ନେତୃତ୍ୱାଧୀନ ଏନଡିଏ ବିପୁଳ ବିଜୟ ଦିଗରେ ଅଗ୍ରସର। ବିଜେପି
କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାମାନେ ଏକାଠି ହୋଇଛନ୍ତି । ସମର୍ଥକମାନେ ଉତ୍ସବ ପାଳନ
କରୁଛନ୍ତି। କାର୍ଯ୍ୟାଳୟରେ ଆଜି ବିଜେପିନେତାମାନେ ବିଜୟର
ଖୁସିରେ ମିଠା ବଣ୍ଟନ କରିଛନ୍ତି।
ଏହାସହିତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ
ସ୍ୱାଗତ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ପାର୍ଟି
ନେତାମାନଙ୍କ ଅନୁସାରେ ସନ୍ଧ୍ୟା ପ୍ରାୟ 6:30 ମିନିଟ ସମୟରେ
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପହଞ୍ଚିବେ ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା