


ବଲାଙ୍ଗୀର, ୧୪ ନଭେମ୍ବର (ହି.ସ.)- ଆଜି ବଲାଙ୍ଗୀରର କଦମପଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁଦିବସ ଓ ଶିଶୁ ଶିଵିର ବିଦ୍ୟାଳୟର ସଭାପତି ଡ.ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଆଚାର୍ଯ୍ୟ ଚନ୍ଦ୍ର ଶେଖର ବେହେରା ଯୋଗ ଦେଇଥିଲେ । ସମବେତ ସଙ୍ଗୀତ ଗାନ ପରେ ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ବକ୍ତା ରୂପେ ସ୍ବୀକୃତି ରାଣୀ କର୍ମୀ,ପ୍ରତ୍ୟୁଷ ତ୍ରିପାଠୀ, ଈପସିତା ଅପରାଜିତା ସାହୁ ଚାଚା ନେହେରୁଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ । ପରେ ଗୁରୁମା ଶ୍ରଦ୍ଧାଞ୍ଜଳୀ ପାଣିଗ୍ରାହୀ, ଗୁରୁଜୀ ଶିବପ୍ରସାଦ ଶତପଥି ଜବାହାର୍ ଲାଲ୍ ନେହେରୁଙ୍କ କାର୍ଯ୍ୟାବଳୀ ବର୍ଣ୍ଣନା କରିଥିଲେ । ସଂଯୋଜନା ଛାତ୍ରୀ ତୃପ୍ତିମୟୀ ପାଢୀ ଓ ସ୍ମୃତିଶିଖା ପାଢୀ କରିଥିଲେ ।
ମୁଖ୍ୟ ଅତିଥି ନିଜର ବକ୍ତବ୍ୟରେ କହିଲେ ଯେ, ଜଣେ ଶିଶୁ ସୁନାଗରିକ ରୂପେ ଗଢି ଉଠିବା ପାଇଁ ଜଣେ ଆଦର୍ଶ ଶିକ୍ଷକଙ୍କ ଓ ଆଦର୍ଶ ପରିବେଶର ନିହାତି ଆବଶ୍ୟକ । ଏହାପରେ ସଭାପତି ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ମଞ୍ଚାସୀନ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ସଂପାଦକ ତରଣୀସେନ ପଟେଲ, ଆଚାର୍ଯ୍ୟ ପ୍ରତିନିଧି ଶିବପ୍ରସାଦ ଶତପଥି ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ ସଂପାଦକ ମହୋଦୟ ପ୍ରଦାନ କରିଥିଲେ । ଏହିପରି ଭାବରେ ଗୁରୁମା ସନ୍ଧ୍ୟାରାଣୀ ପଟ୍ଟନାୟକ ଓ ସନ୍ତୋଷିନୀ ସାହୁଙ୍କ ସଂଚାଳନରେ କାର୍ଯ୍ୟକ୍ରମଟି ସଫଳତା ସହ ସଂପର୍ଣ୍ଣ ହୋଇଥିଲା । ମିଷ୍ଟାନ୍ନ ବଣ୍ଟନ ପରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀର ନିର୍ଦ୍ଦିଷ୍ଟ ଛାତ୍ରଛାତ୍ରଙ୍କୁ ନେଇ ଶିଶୁ ଶିବିରରେ ପ୍ରଥମେ ପ୍ରତ୍ୟୁଷ ତ୍ରିପାଠୀ ବ୍ୟକ୍ତିଗତ ସଙ୍ଗୀତ ଗାନ ସହ ପ୍ରାରମ୍ଭ ହୋଇଥିଲା । ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ଅବସରପ୍ରାପ୍ତ ହୋମିଓପାଥି ଡ. ଗୋଦାବରିଶ ମିଶ୍ର ଓ ସହକାରୀ ପ୍ରାଧ୍ୟାପିକା, ଆର୍ୟୁବେଦିକ ମହାବିଦ୍ୟାଳୟ, ବଲାଙ୍ଗୀର ଡ. ସୁଧା ଦଣ୍ଡସେନା ଉପସ୍ଥିତ ଥିଲେ ତଥା ସେମାନେ ଆଧ୍ୟାତ୍ମିକ ଓ ସ୍ବାସ୍ଥ୍ୟ ସମ୍ବନ୍ଧରେ ଛାତ୍ରଛାତ୍ରଙ୍କ କାଳାଂଶ ନେଇଥିଲେ । ଅବସରପ୍ରାପ୍ତ ପୋଲିସ ବିଭାଗର ଡ୍ରିଲ ଇନିସପେକ୍ଟର ଶଶିଭୂଷଣ ପଣ୍ଡା ଆତ୍ମ ସୁରକ୍ଷା କୈ।ଶଳର କିୟଦଂଶ ବତାଇଥିଲେ । ଶେଷରେ ସ୍ପର୍ଦ୍ଧା ସଂସ୍ଥାର ନିର୍ଦ୍ଦେଶକ ନିର୍ଲିପ୍ତ ଶୋଭନ ମିଶ୍ର ଆଜିବିକା ମାର୍ଗଦର୍ଶନ ଉପରେ ବିଶେଷ ଆଲୋଚନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶୀ, ସମ୍ବଲପୁରୀ ନୃତ୍ୟ ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଷଣ କରାଯାଇଥିଲା ।
ଗୁରୁଜୀ ଜଗତ ବିହାରୀ ପଟେଲ, ଗୁରୁମା ନିରୁପମା ପାଣିଗ୍ରାହୀ ଓ କଲ୍ୟାଣୀ ପଣ୍ଡାଙ୍କ ସଂଚାଳନରେ କାର୍ଯ୍ୟକ୍ରମ ସଫଳତାର ସହ ସଂପର୍ଣ୍ଣ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ