ଦେହବେପାର ବେଳେ ଚଢ଼ାଉ କଲା ମାଲକାନଗିରି ପୋଲିସ, ୨ ଦେହଜୀବୀ ଓ ୨ ଗ୍ରାହକ ଗିରଫ
ମାଲକାନଗିରି,୨ ନଭେମ୍ବର (ହି.ସ.) ଦେହ ବେପାର ବେଳେ ଚଢ଼ାଉ କଲା ମାଲକାନଗିରି ପୋଲିସ, ୨ ଦେହଜୀବୀ ଓ ୨ ଗ୍ରାହକ ଗିରଫ, ଜଣେ ମହିଳା କିଙ୍ଗପିନ ଓ ପୁରୁଷ ମାଷ୍ଟରମାଇଣ୍ଡ ଗିରଫ। ଦେହ ବେପାର ଚାଲିବା ବେଳେ ମାଡି ବସିଲା ମାଲକାନଗିରି ପୋଲିସ। ଦେହ ଜୀବୀ ସହ ଗ୍ରାହକ ଗିରଫ। ଜିଲ୍ଲା ସଦର ରେ ଥିବା ପାତ୍ରଗୁ
ଦେହ ବେପାର ବେଳେ ଚଢ଼ାଉ କଲା ମାଲକାନଗିରି ପୋଲିସ, ୨ ଦେହ ଜିବି ଓ ୨ ଗ୍ରାହକ


ମାଲକାନଗିରି,୨ ନଭେମ୍ବର (ହି.ସ.)

ଦେହ ବେପାର ବେଳେ ଚଢ଼ାଉ କଲା ମାଲକାନଗିରି ପୋଲିସ, ୨ ଦେହଜୀବୀ ଓ ୨ ଗ୍ରାହକ ଗିରଫ, ଜଣେ ମହିଳା କିଙ୍ଗପିନ ଓ ପୁରୁଷ ମାଷ୍ଟରମାଇଣ୍ଡ ଗିରଫ। ଦେହ ବେପାର ଚାଲିବା ବେଳେ ମାଡି ବସିଲା ମାଲକାନଗିରି ପୋଲିସ। ଦେହ ଜୀବୀ ସହ ଗ୍ରାହକ ଗିରଫ। ଜିଲ୍ଲା ସଦର ରେ ଥିବା ପାତ୍ରଗୁଡା ରେ ଏକ ଭଡା ଘରେ ଏହି ଦେହ ବ୍ୟାପାର ଚାଲିଥିବା ବେଳେ ମାଲକାନଗିରି ଏସଡିପିଓ ଦିବ୍ୟ ଦଳେଇ ଙ୍କ ନେତୃତ୍ୱରେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ଗତକାଲି ରାତ୍ର ରେ ଚଢ଼ାଉ କରିଥିଲେ। ତେବେ ଏହି ଦେହ ବ୍ୟାପାର ଅନେକ ଦିନ ଧରି ଏଠାରେ ଚାଲିଥିବା ବେଳେ ପୋଲିସ ବିଶେଷ ସୂତ୍ରରୁ ଏହି ଖବର ପାଇ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ୨ଦେହଜିଵୀ ଙ୍କ ସହ ୨ ଦେହ ବେପାରୀ ଗିରଫ ହୋଇଛନ୍ତି। ଏହି ଘଟଣା ରେ ଜଣେ ପୁରୁଷ ମାଷ୍ଟର ମାଇଣ୍ଡ ସହ ରାଣୀ ମହୁମାଛି ମଧ୍ୟ ଗିରଫ ହୋଇଛି। ତେବେ ଏହି ରାଣୀ ମହୁମାଛି ପୂର୍ବରୁ ମଧ୍ୟ ଥରେ ଗିରଫ ହୋଇଥିବା ଜଣାପଡିଛି। ସେହିପରି ଗିରଫ ଦୁଇ ଦେହ ଜିବି ଜଗତସିଂହପୁର ଓ ଭଦ୍ରକ ଅଞ୍ଚଳର ହୋଇଥିବା ବେଳେ ଗିରଫ ଗ୍ରାହକ ମାନେ ଛତିଶଗଡ଼ ର ସୁକୁମା ଜିଲ୍ଲାର ବୋଲି ଜଣାପଡିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande