ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କଲା କଂଗ୍ରେସ
ନୂଆଦିଲ୍ଲୀ, 2 ନଭେମ୍ବର (ହି.ସ.)- କଂଗ୍ରେସ୍ ଦଳ ନିଜର ବିହାର ବିଧାନସଭା ନିର୍ବାଚନ 2025ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଷ୍ଟାର ପ୍ରଚାରକମାନଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ମୋଟ ୪୦ ଜଣ ନେତାଙ୍କ ନାମ ଅଛି, ଯେଉଁଥିରେ ଦଳର ଶୀର୍ଷ ନେତୃତ୍ୱ ଠାରୁ ଆରମ୍ଭ କରି ଅନେକ ରାଜ୍ୟ
ବିହାର ବିଧାନସଭା     ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କଲା କଂଗ୍ରେସ


ନୂଆଦିଲ୍ଲୀ, 2 ନଭେମ୍ବର (ହି.ସ.)- କଂଗ୍ରେସ୍ ଦଳ

ନିଜର ବିହାର ବିଧାନସଭା ନିର୍ବାଚନ 2025ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଷ୍ଟାର ପ୍ରଚାରକମାନଙ୍କ

ତାଲିକା ଜାରି କରିଛି। ଏହି ତାଲିକାରେ ମୋଟ ୪୦ ଜଣ ନେତାଙ୍କ ନାମ ଅଛି, ଯେଉଁଥିରେ ଦଳର ଶୀର୍ଷ ନେତୃତ୍ୱ ଠାରୁ ଆରମ୍ଭ କରି ଅନେକ ରାଜ୍ୟର

ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ଅଛନ୍ତି।

ଦଳର ଅଧ୍ୟକ୍ଷ

ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ସଂଗଠନ ମହାସଚିବ କେ. ସି. ବେଣୁଗୋପାଳ ମୁଖ୍ୟ ଷ୍ଟାର

ପ୍ରଚାରକ। ଏହାସହିତ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ୍, ଭୂପେଶ ବଘେଲ୍ ଓ ସୁଖବିନ୍ଦର ସିଂହ ସୁଖ୍ଖୁ ମଧ୍ୟ ତାଲିକାରେ ଅଛନ୍ତି।

ତାଲିକାରେ କଂଗ୍ରେସ୍‌ର ବରିଷ୍ଠ

ନେତା ଦିଗବିଜୟ ସିଂହ, ଅଧିର ରଞ୍ଜନ ଚୌଧୁରୀ, ମୀରା କୁମାର, ସଚିନ

ପାଇଲଟ୍,

ରଣଦୀପ ସୁରଜେୱାଲା, ଗୌରବ ଗୋଗୋଇ ଏବଂ ତାରିକ ଅନ୍ୱର ପରି ପରିଚିତ ନେତାମାନେ ମଧ୍ୟ ସାମିଲ

ଅଛନ୍ତି। ଏହାସହିତ, ଯୁବ ଏବଂ ନୂତନ ମୁହଁମାନଙ୍କ ମଧ୍ୟରୁ କହ୍ନେୟା କୁମାର, ଇମ୍ରାନ ପ୍ରତାପଗଡ଼ୀ, ସୁପ୍ରିୟା ଶ୍ରୀନେତ ଓ ଜିଗ୍ନେଶ ମେଭାଣୀଙ୍କୁ ମଧ୍ୟ ଏହି ତାଲିକାରେ

ସ୍ଥାନ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande