
ନୂଆଦିଲ୍ଲୀ, 2 ନଭେମ୍ବର (ହି.ସ.)- ଇଣ୍ଡିଆନ୍
ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ଏବେ ମହାକାଶ ଜଗତରେ ସଫଳତାର ଏକ ନୂଆ ଅଧ୍ୟାୟ
ଲେଖିବା ପାଇଁ ପ୍ରସ୍ତୁତ। ଇସ୍ରୋ ୪,୦୦୦ କିଲୋଗ୍ରାମ୍ରୁ ଅଧିକ ଓଜନର ଯୋଗାଯୋଗ ଉପଗ୍ରହ ସିଏମଏସ–୩ ର ଲଞ୍ଚିଂ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି। ଏହାକୁ ରବିବାର
ସନ୍ଧ୍ୟା ୫ଟା ୨୬ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ମହାକାଶ
କେନ୍ଦ୍ରରୁ ପ୍ରକ୍ଷେପଣ କରାଯିବ। ଲଞ୍ଚିଂ ପୂର୍ବରୁ, ଇସ୍ରୋର ଅଧ୍ୟକ୍ଷ ନାରାୟଣନଙ୍କ ନେତୃତ୍ୱରେ ବୈଜ୍ଞାନିକମାନଙ୍କ ଦଳ
ଭଗବାନ୍ ଶ୍ରୀ ଭେଙ୍କଟେଶ୍ୱରଙ୍କୁ ଉପଗ୍ରହର ସଫଳ ପ୍ରକ୍ଷେପଣ ପାଇଁ ଆଶୀର୍ବାଦ ମାଗିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା