
ପାଟଣା/ଆରା, 2 ନଭେମ୍ବର (ହି.ସ.)-ବିହାରରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢିଛି ।
ସମସ୍ତ ଦଳର ନେତାମାନେ ଜନତାଙ୍କୁ ଆକର୍ଷିତ କରିବାରେ ବ୍ୟସ୍ତ ଅଛନ୍ତି। ଏହି ପରିପ୍ରେକ୍ଷିରେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରବିବାର ବିହାରରେ ଦୁଇଟି ଜନସଭା ଓ ଗୋଟିଏ ରୋଡ୍ ଶୋ
କରୁଛନ୍ତି। ସେ ତାଙ୍କ ପ୍ରଥମ ଜନସଭା ଆରାରେ କରିଥିଲେ ଓ ଏନଡିଏର ସଙ୍କଳ୍ପ ପତ୍ରରେ ଦିଆଯାଇଥିବା
ପ୍ରତିଶ୍ରୁତିଗୁଡିକୁ ସବୁ ପରିସ୍ଥିତିରେ ପୂରଣ କରିବାର ଦାବି କରିଥିଲେ। ସେ ବିରୋଧୀ ମେଂଟ
ଉପରେ ମଧ୍ୟ ନିଶାନା ସାଧିଥିଲେ।
ବିହାରର ଆରାରେ ଏନଡିଏ ପ୍ରାର୍ଥୀମାନଙ୍କ ପକ୍ଷରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏନଡିଏର ସଙ୍କଳ୍ପ ହେଉଛି ଯେ ବିହାରର ଯୁବମାନେ ବିହାରରେ କାମ କରନ୍ତୁ ଓ ବିହାରର ନାମ
ଉଜ୍ଜ୍ୱଳ କରନ୍ତୁ। ଏହି ପାଇଁ ଆସନ୍ତା ଦିନଗୁଡିକରେ ଆମେ ଗୋଟିଏ କୋଟି ଚାକିରି ସୁଯୋଗ ସୃଷ୍ଟି
କରିବାର ପ୍ରତିଜ୍ଞା କରିଛୁ। ଏହା କେବଳ ଘୋଷଣା ନୁହେଁ, ଏହାକୁ ସାକାର କରିବା ପାଇଁ ଆମେ ଏକ ଦୃଢ଼ ଯୋଜନା ତିଆରି କରିଛୁ। ସେ କହିଛନ୍ତି ଯେ, ସଙ୍କଳ୍ପ ପତ୍ରରେ ଥିବା ପ୍ରତିଜ୍ଞାଗୁଡିକୁ ଏନଡିଏ ପୂରଣ କରିଆସିଛି
ଏବଂ ଆଗକୁ ମଧ୍ୟ ପୂରଣ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା