
ଭୁବନେଶ୍ୱର, 2 ନଭେମ୍ବର (ହି.ସ.)
ପୋଲିସ୍ ଏସଆଇନିଯୁକ୍ତି କେଳେଙ୍କାରୀରେ ହୋଇଥିଲା ହଜାରେ କୋଟିର ଡିଲ୍
- ଭୁବନେଶ୍ୱରରେ
ପହଞ୍ଚିବା ପରେ ଗିରଫ ଶଙ୍କର ପୃଷ୍ଟି ପ୍ରତିକ୍ରିୟା ରଖିଛନ୍ତି। ଶଙ୍କର ପୃଷ୍ଟି କହିଛନ୍ତି,
“ମୁଁ ଲୁଚିନଥିଲି, ଆଇନଗତ ଭାବେ ଲଢ଼ୁଥିଲି। ହାଇକୋର୍ଟରେ ଫାଇଲ୍ କରାଯାଇଥିଲା, ସୁପ୍ରିମକୋର୍ଟରେ ଫାଇଲ୍ କରିଥିଲି। ହାଇକୋର୍ଟଙ୍କୁ ଆଗୁଆ ଜାମିନ
ମାଗିଥିଲି। ସମୟ ଦେଇଥିଲେ, ଗୋଟିଏ ମାସ ପରେ ଆସି ହାଜର ହୋଇଥାନ୍ତି। ପତ୍ନୀ ଦୀପ୍ତିମୟୀ ସାହୁଙ୍କ ନାଁରେ କୌଣସି କେସ୍
ନାହିଁ।”
ପୋଲିସ୍ ଏସଆଇନିଯୁକ୍ତି କେଳେଙ୍କାରୀରେ ହଜାରେ କୋଟିର ଡିଲ୍ ହୋଇଥିଲା। ପରୀକ୍ଷା
ବାତିଲ ପାଇଁ ଷଡଯନ୍ତ୍ର ହୋଇଥିଲା। ଷଡ଼ଯନ୍ତ୍ରକାରିଙ୍କ ସବୁ ତଥ୍ୟ ସରକାରକୁ ଦେବି। ଗିରଫ ସମସ୍ତ
୧୨୪ ଜଣଙ୍କ ଜନ୍ମକୁଣ୍ଡଳୀ ବାହାର କରନ୍ତୁ ବୋଲି ମଧ୍ୟ ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା