
ନୂଆଦିଲ୍ଲୀ, 7 ଡିସେମ୍ବର (ହି.ସ.)- ଭାରତୀୟ ମହିଳା କ୍ରିକେଟ ଟିମ୍ର ତାରକା ବ୍ୟାଟ୍ସମ୍ୟାନ୍
ଏବଂ ଉପ-କ୍ୟାପଟେନ ସ୍ମୃତି ମନ୍ଧାନା ଏବଂ ସଙ୍ଗୀତକାର ପଲାଶ ମୁଚ୍ଛଳଙ୍କର ବିବାହ ଶେଷରେ ଭାଙ୍ଗିଯାଇଛି।
ଦୁହେଁ ନିଜ ନିଜ ପ୍ରାଇଭେଟ୍ ଜୀବନକୁ ନେଇ ଚାଲୁଥିବା ଗୁଜବକୁ ସମାପ୍ତ କରି, ରବିବାର ଇନଷ୍ଟାଗ୍ରାମ୍
ଷ୍ଟୋରିରେ ଜାରି କରାଯାଇଥିବା ଏକ ସାର୍ବଜନିକ ବିବୃତ୍ତି ମାଧ୍ୟମରେ ବିବାହ ରଦ୍ଦ ହେବାର ସୂଚନା
ଦେଇଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜ ପୋଷ୍ଟରେ ମନ୍ଧାନା ଲେଖିଛନ୍ତି
ଯେ, “ଗତ କିଛି ସପ୍ତାହ ଧରି ମୋର ଜୀବନକୁ ନେଇ ବିଭିନ୍ନ ଧରଣର ଅଟକଳ ହେଉଥିଲା ଏବଂ ମୋତେ ଲାଗୁଛି
ଯେ ଏହି ସମୟରେ ମୋ ପାଇଁ ଖୋଲାଖୋଲି ଭାବେ କହିବା ଆବଶ୍ୟକ। ମୁଁ ଅତ୍ୟନ୍ତ ବ୍ୟକ୍ତିଗତ ସ୍ୱଭାବର
ଲୋକ ଏବଂ ଏହାକୁ ଏଭଳି ରଖିବାକୁ ଚାହେଁ। କିନ୍ତୁ ଏହା ସ୍ପଷ୍ଟ କରିବାକୁ ଚାହେଁ ଯେ ବିବାହ ରଦ୍ଦ
କରାଯାଇଛି। ମୁଁ ଏହି ବିଷୟକୁ ଏଠାରେ ସମାପ୍ତ କରିବାକୁ ଚାହେଁ ଓ ଆପଣମାନଙ୍କୁ ମଧ୍ୟ ଏହା
ନିମନ୍ତେ ଅନୁରୋଧ ଯେ, ଏହି ସମୟରେ ଦୁଇଟି
ପରିବାରର ପ୍ରାଇଭେସିକୁ ସମ୍ମାନ କରନ୍ତୁ ଓ ଆମକୁ ନିଜ ଗତିରେ ବିଷୟଗୁଡ଼ିକୁ ବୁଝିବା ଏବଂ ଆଗକୁ
ବଢ଼ିବା ପାଇଁ ସମୟ ଦିଅନ୍ତୁ।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା