ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ପାଣାଜୀ, 7 ଡିସେମ୍ବର (ହି.ସ.)- ଉତ୍ତର ଗୋଆର ଅର୍ପୋରାରେ ବିଳମ୍ବିତ ରାତିରେ ଏକ ନାଇଟ୍ କ୍ଲବ୍‌ରେ ଲାଗିଥିବା ଆଗ୍ନିକାଣ୍ଡରେ 23 ଜଣଙ୍କ ମୃତ୍ୟୁ ହୋଇଛି। ଗୋଆ ପୁଲିସ ମହାନିର୍ଦ୍ଦେଶକ ଅଲୋକ କୁମାର କହିଛନ୍ତି ଯେ ସମସ୍ତ ମୃତକ କ୍ଲବ୍‌ର କର୍ମଚାରୀ। ସିଲିଣ୍ଡର ବିସ୍ଫୋରଣ ହେବା ପରେ
ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ,     23 କର୍ମଚାରୀଙ୍କ ମୃତ୍ୟୁ


ପାଣାଜୀ, 7 ଡିସେମ୍ବର (ହି.ସ.)- ଉତ୍ତର ଗୋଆର ଅର୍ପୋରାରେ ବିଳମ୍ବିତ ରାତିରେ ଏକ ନାଇଟ୍

କ୍ଲବ୍‌ରେ ଲାଗିଥିବା ଆଗ୍ନିକାଣ୍ଡରେ 23 ଜଣଙ୍କ ମୃତ୍ୟୁ ହୋଇଛି। ଗୋଆ ପୁଲିସ ମହାନିର୍ଦ୍ଦେଶକ

ଅଲୋକ କୁମାର କହିଛନ୍ତି ଯେ ସମସ୍ତ ମୃତକ କ୍ଲବ୍‌ର କର୍ମଚାରୀ। ସିଲିଣ୍ଡର ବିସ୍ଫୋରଣ ହେବା ପରେ

ଅଗ୍ନିକାଣ୍ଡ ଘଟିଥିଲା। ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ 23ଟି ମୃତଦେହ ମିଳିଛି।

ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ସ୍ଥାନୀୟ ବିଧାୟକ ମାଇକେଲ

ଲୋବୋ ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲୋବୋ କହିଛନ୍ତି ଯେ ଏହି ଦୁର୍ଘଟଣାରେ

କୌଣସି ପର୍ଯ୍ୟଟକ ଆହତ ହେବାର ସୂଚନା ଏପର୍ଯ୍ୟନ୍ତ ନାହିଁ। ଅଧିକାରୀମାନେ କହିଛନ୍ତି ଯେ ଅଗ୍ନିକାଣ୍ଡକୁ

ନିୟନ୍ତ୍ରଣ କରିବାପାଇଁ ଏବଂ ତଦନ୍ତ ନିମନ୍ତେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ

କରାଯାଇଛି।

ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ

କରିଛନ୍ତି। ସେ କହିଛନ୍ତି ଯେ ଗୋଆ ଭଳି ପର୍ଯ୍ୟଟନ ରାଜ୍ୟ ପାଇଁ ଏହି ଘଟଣା ଅତ୍ୟନ୍ତ

ଦୁର୍ଭାଗ୍ୟଜନକ। ସେ କହିଛନ୍ତି ଯେ ଯେଉଁମାନେ ନିୟମ ଅବମାନନା କରି ବେଆଇନ ଭାବେ ଏପରି ସଂସ୍ଥା ଚଲାଇଥିଲେ, ସେମାନଙ୍କ କାରଣରୁ

ଏହି ଅଗ୍ନିକାଣ୍ଡ ଘଟିଛି ଏବଂ 23 ଜଣଙ୍କ ଜୀବନ ଯାଇଛି। ସରକାର ଏହି ଘଟଣାର ତଦନ୍ତ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande