ଗୋଆ ଅଘଟଣକୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ/ପାଣାଜୀ, 7 ଡିସେମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଆ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରଜନଙ୍କ ପାଇଁ ତତ୍କାଳ ଆର୍ଥିକ ସହାୟତାର ଘୋଷଣା କରିଛନ୍ତି। ମୋଦି ଏକ
ଗୋଆ ଅଘଟଣକୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ,     ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବେ କେନ୍ଦ୍ର ସରକାର


ନୂଆଦିଲ୍ଲୀ/ପାଣାଜୀ, 7 ଡିସେମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଆ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରଜନଙ୍କ ପାଇଁ ତତ୍କାଳ ଆର୍ଥିକ ସହାୟତାର ଘୋଷଣା କରିଛନ୍ତି। ମୋଦି

ଏକ୍ସ‌ ହ୍ୟାଣ୍ଡେଲରେ କହିଛନ୍ତି ଯେ ଗୋଆର ଅର୍ପୋରାରେ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁବରଣ

କରିଥିବା ବ୍ୟକ୍ତିମାନଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ କୋଷରୁ ଦୁଇ ଲକ୍ଷ ଟଙ୍କା

ଅନୁଗ୍ରହ ସହାୟତା ଦିଆଯିବ। ଆହତମାନଙ୍କୁ 50,000 ଟଙ୍କା ଦିଆଯିବ।

ପ୍ରଧାନମନ୍ତ୍ରୀ ଏକ୍ସ‌ରେ ଲେଖିଛନ୍ତି, ଏହି ଘଟଣା ଅତ୍ୟନ୍ତ

ଦୁଃଖଦ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ସହିତ ମୋର ସମବେଦନା ରହିଛି। ଆହତମାନେ ଶୀଘ୍ର

ସୁସ୍ଥ ହୁଅନ୍ତୁ। ଗୋଆର ମୁଖ୍ୟମନ୍ତ୍ରୀ ଡା. ପ୍ରମୋଦ ସାୱନ୍ତଙ୍କ ସହିତ ପରିସ୍ଥିତି ବିଷୟରେ କଥା

ହୋଇଛି। ରାଜ୍ୟ ସରକାର ପ୍ରଭାବିତମାନଙ୍କୁ ସମ୍ଭବ ସମସ୍ତ ସହାୟତା ପ୍ରଦାନ କରୁଛନ୍ତି।

ଏହାମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସ‌ ବାର୍ତ୍ତାରେ

କହିଛନ୍ତି,

ଉତ୍ତର ଗୋଆ ଜିଲ୍ଲାରେ ଅଗ୍ନିକାଣ୍ଡର ଦୁଃଖଦ ଘଟଣାରୁ ଅତ୍ୟନ୍ତ ଦୁଃଖ ହୋଇଛି,ଯେଉଁଥିରେ ଅନେକ

ମଲ୍ୟବାନ ଜୀବନ ନଷ୍ଟ ହୋଇଛି। ଶୋକାକୁଳ ପରିବାରମାନଙ୍କ ପ୍ରତି ମୋର ଗଭୀର ସମବେଦନା। ଏହି

କଷ୍ଟକର ସମୟରେ ସେମାନେ ଧୈର୍ଯ୍ୟ ଧରନ୍ତୁ । ଆହତମାନଙ୍କ ଶୀଘ୍ର ସୁସ୍ଥତା ପାଇଁ ମୁଁ ପ୍ରାର୍ଥନା

କରୁଛି।

ଏହି ଦୁର୍ଘଟଣା ଉତ୍ତର ଗୋଆର ଅର୍ପୋରାରେ ବିଳମ୍ବିତ ରାତି ଏକ ନାଇଟ୍

କ୍ଲବ୍‌ରେ ଲାଗିଥିବା ଅଗ୍ନିକାଣ୍ଡରୁ ଘଟିଥିଲା। ଏଥିରେ 23 ଜଣଙ୍କ ମୃତ୍ୟୁ ହୋଇଛି। ଗୋଆ ପୁଲିସ

ମହାନିର୍ଦ୍ଦେଶକ ଅଲୋକ କୁମାର କହିଛନ୍ତି ଯେ ସମସ୍ତ ମୃତକ କ୍ଲବ୍‌ର କର୍ମଚାରୀ। ସିଲିଣ୍ଡର

ବିସ୍ଫୋରଣ ପରେ ଏହି ଅଗ୍ନିକାଣ୍ଡ ଲାଗିଥିଲା। ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ 23ଟି ମୃତଦେହ

ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande