ଧ୍ୟାନ ଓ ଆଧ୍ୟାତ୍ମିକତା ହିଁ ବିକଶିତ ଭାରତ 2047ର ଚାବିକାଠି- ସିପି ରାଧାକୃଷ୍ଣନ
ଗୁରୁଗ୍ରାମ, 7 ଡିସେମ୍ବର (ହି.ସ.)- ଭାରତର ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ୍ କହିଛନ୍ତି ଯେ, ଭାରତର ଋଷି, ମୁନି ଓ ତପସ୍ବୀମାନଙ୍କର ସାଧନା ସମଗ୍ର ବିଶ୍ୱକୁ ଧ୍ୟାନ, ଆତ୍ମବଳ ଓ ସତ୍ୟର ପଥରେ ଅଗ୍ରସର କରିଛି। ରାଜଯୋଗ, ବିପସ୍ୟନା ଓ ତପସ୍ୟା ପରି ସମୃଦ୍ଧ ଆଧ୍ୟାତ୍ମିକ ପରମ୍ପର
ଧ୍ୟାନ ଓ ଆଧ୍ୟାତ୍ମିକତା ହିଁ ବିକଶିତ ଭାରତ 2047ର ଚାବିକାଠି- ସିପି     ରାଧାକୃଷ୍ଣନ


ଗୁରୁଗ୍ରାମ, 7 ଡିସେମ୍ବର (ହି.ସ.)- ଭାରତର ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ୍ କହିଛନ୍ତି

ଯେ, ଭାରତର ଋଷି, ମୁନି ଓ ତପସ୍ବୀମାନଙ୍କର ସାଧନା ସମଗ୍ର ବିଶ୍ୱକୁ ଧ୍ୟାନ, ଆତ୍ମବଳ ଓ ସତ୍ୟର

ପଥରେ ଅଗ୍ରସର କରିଛି। ରାଜଯୋଗ, ବିପସ୍ୟନା ଓ ତପସ୍ୟା ପରି ସମୃଦ୍ଧ ଆଧ୍ୟାତ୍ମିକ ପରମ୍ପରା ଆଜି ଭାରତକୁ ବିଶ୍ୱଗୁରୁ ଭାବରେ

ପ୍ରତିଷ୍ଠିତ କରୁଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କରବିକଶିତ

ଭାରତ 2047ର ସଂକଳ୍ପକୁ ଏହି ଆଧ୍ୟାତ୍ମିକ ଶକ୍ତି ଦେଶର ମାର୍ଗଦର୍ଶନ କରୁଛି।

ଉପରାଷ୍ଟ୍ରପତି

ରବିବାର ଗୁରୁଗ୍ରାମ ଜିଲ୍ଲାର ବୋହଡ଼ାକଲାଁରେ ଥିବା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରଓମ ଶାନ୍ତି ରିଟ୍ରିଟସେଣ୍ଟରର ରଜତ ଜୟନ୍ତୀ ବର୍ଷରରଶ୍ମିୟାଁକାର୍ଯ୍ୟକ୍ରମର

ଶୁଭାରମ୍ଭ ଅବସରରେ ଏହା କହିଛନ୍ତି। ଉପରାଷ୍ଟ୍ରପତିଙ୍କ ହରିୟାଣା ଆଗମନରେ ଶିଳ୍ପ ଓ ବାଣିଜ୍ୟ

ମନ୍ତ୍ରୀ ରାଓ ନରବୀର ସିଂହ ତାଙ୍କୁ ସ୍ୱାଗତ କରିଥିଲେ।

ଉପରାଷ୍ଟ୍ରପତି ସି.

ପି. ରାଧାକୃଷ୍ଣନ୍ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଥିଲେ । ସେ ତାଙ୍କ

ସମ୍ବୋଧନରେ କହିଛନ୍ତି ଯେ, ଧ୍ୟାନ ଆତ୍ମା, ମନ ଓ ଶରୀରକୁ ଗଭୀର ଶାନ୍ତି ପ୍ରଦାନ କରେ। ଧ୍ୟାନର ଅବସ୍ଥାରେ ସକାରାତ୍ମକ ଚିନ୍ତା ସୃଷ୍ଟି

ହୁଏ ଓ ଆନ୍ତରିକ ଶକ୍ତିର ସଂଚାର ହୁଏ। ଏହି ଧ୍ୟାନର ଅନୁଭୂତି ମଧ୍ୟରେ ବିମାନଚଳନ, ଚିକିତ୍ସା, ବିଜ୍ଞାନ, ପ୍ରଶାସନ, ସାମାଜିକ ସେବା ଓ

ରାଜନୀତି ଭଳି ବିଭିନ୍ନ କ୍ଷେତ୍ରରୁ ଆସିଥିବା ବ୍ୟକ୍ତିତ୍ୱମାନଙ୍କ ସହ ପରିଚୟ ହେଲା, ଯାହା ଏହାର ପ୍ରମାଣ

ଯେ — ଧ୍ୟାନ ଓ ଆଧ୍ୟାତ୍ମିକ ଶାନ୍ତି ପ୍ରତ୍ୟେକ ମଣିଷକୁ ଶାନ୍ତି ପ୍ରଦାନ କରିଥାଏ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande