ଶେଷ ହେଲା ଶୀତ ଅଧିବେଶନ
ଭୁବନେଶ୍ୱର, ୦୯ ଡିସେମ୍ବର (ହି.ସ)- ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ ହୋଇଛି । ମୋଟ ୨୯ଟି କାର୍ଯ୍ୟ ଦିବସରୁ ୧୧ ଦିନ ଚାଲିଲା ବିଧାନସଭା । ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି । ଆଉ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିବାରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମ
ଶେଷ ହେଲା ଶୀତ ଅଧିବେଶନ


ଭୁବନେଶ୍ୱର, ୦୯ ଡିସେମ୍ବର (ହି.ସ)- ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ ହୋଇଛି । ମୋଟ ୨୯ଟି କାର୍ଯ୍ୟ ଦିବସରୁ ୧୧ ଦିନ ଚାଲିଲା ବିଧାନସଭା । ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି । ଆଉ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିବାରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରସ୍ତାବ ଆଣିଥିଲେ । ବାଚସ୍ପତି ଏହାକୁ ଗ୍ରହଣ କରି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ।

ଚଳିତ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିଥିଲେ। ଯାହା ବିଧାନସଭା ଇତିହାସରେ ସ୍ୱର୍ଣ୍ଣୀମ ଅଧ୍ୟାୟ ଯୋଡିଥିଲା। ଏହାସହ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବ୍ୟୟ ମଂଜୁରୀ ବିଲ ଆଗତ ହୋଇ ପାରିତ ହେବା ଅର୍ଥନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ସେହିପରି ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ସରଗରମ ରହିଥିଲା। ଚଳିତ ଅଧିବେଶନରେ ମୋଟ ୧୧ ଟି କାର୍ଯ୍ୟ ଦିବସ ମଧ୍ୟରୁ ୫ଟି ସରକାରୀ କାର୍ଯ୍ୟ ଦିବସ ରହହିଥିଲା। ଏଥିରେ ମୋଟ ୨୮ଟି ତାରକା ଚିହ୍ନିତ ପ୍ରଶ୍ନ ଉପରେ ଆଲୋଚନା ହୋଇଥିବା ବେଳେ ୨୯୯୫ଟି ଅଣତାରକା ଚିହ୍ନିତ ପ୍ରଶ୍ନର ଉତର ଉପସ୍ଥାପନ ହୋଇଥିଲା। ଏହାସହ ୬ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande