ରେଳ ଧାରଣାରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ
ବଲାଙ୍ଗିର, ୯ ଡିସେମ୍ବର (ହି.ସ.)- ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଲୱେ ଷ୍ଟେଶନ ନିକଟ ମହୁଲ ବାହାଲି ଗାଁ ନିକଟ ରେଳ ଧାରଣାରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଟ୍ରେନ ଧକ୍କାରେ ମୁଣ୍ଡ ଆଉ ଶରୀର ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । କ
ରେଳ ଧାରଣାରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ


ବଲାଙ୍ଗିର, ୯ ଡିସେମ୍ବର (ହି.ସ.)- ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଲୱେ ଷ୍ଟେଶନ ନିକଟ ମହୁଲ ବାହାଲି ଗାଁ ନିକଟ ରେଳ ଧାରଣାରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଟ୍ରେନ ଧକ୍କାରେ ମୁଣ୍ଡ ଆଉ ଶରୀର ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । କଣ୍ଟାବାଞ୍ଜିରୁ ତୁରେକେଲା ଯିବା ରାସ୍ତାରେ ରେଲୱେ ଟ୍ରାକରେ ମୃତଦେହ ପଡିଛି । ବିଳମ୍ବିତ ରାତିରେ ହିଁ ଟ୍ରେନରେ ମୁଣ୍ଡ କଟି ଯାଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକେ ଦେଖି ଜିଆରପି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚିଥିବା ଜଣାପଡ଼ିଛି । ସ୍ଥାନୀୟ ଅଧିବାସୀମାନେ ହତ୍ୟା ହୋଇଥିବା ନେଇ ଆଲୋଚନା କରୁଥିବା ବେଳେ ପୋଲିସର ତଦନ୍ତ ପରେ ମୃତ୍ୟୁର ରହସ୍ୟ ଜଣାପଡିବ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande