ଢେଙ୍କିକୋଟ ସ୍ଵାସ୍ଥ୍ୟକେନ୍ଦ୍ରକୁ ପ୍ରଶଂସା କଲେ କାୟାକଳ୍ପ ଟିମ୍
କେନ୍ଦୁଝର, ୯ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଢେଙ୍କିକୋଟ ଠାରେ ଥିବା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରକୁ ସୋମବାର ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ କାୟାକଳ୍ପ ଡାକ୍ତରୀ ଟିମ୍ ପରିଦର୍ଶନରେ ଆସିଥିଲେ l ସେଥିମଧ୍ୟରୁ ଡାକ୍ତର ଇନଚାର୍ଜ ମନୋରଞ୍ଜନ ଜେନା, ଡାକ୍ତର ସ୍
ଢେଙ୍କିକୋଟ ସ୍ଵାସ୍ଥ୍ୟକେନ୍ଦ୍ରକୁ ପ୍ରଶଂସା କଲେ କାୟାକଳ୍ପ ଟିମ୍


କେନ୍ଦୁଝର, ୯ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଢେଙ୍କିକୋଟ ଠାରେ ଥିବା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରକୁ ସୋମବାର ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ କାୟାକଳ୍ପ ଡାକ୍ତରୀ ଟିମ୍ ପରିଦର୍ଶନରେ ଆସିଥିଲେ l ସେଥିମଧ୍ୟରୁ ଡାକ୍ତର ଇନଚାର୍ଜ ମନୋରଞ୍ଜନ ଜେନା, ଡାକ୍ତର ସ୍ଵସ୍ତିକ ସୁମନ ପ୍ରଧାନ ଓ ଧୀରେନ୍ ମହାନ୍ତ ପରିଦର୍ଶନରେ ଆସିଥିଲେ l ତେବେ ଡାକ୍ତରଖାନାର ପରିବେଶ ପରିଷ୍କାର ପରିଚ୍ଛନ୍ନ ଥିବାର ଦେଖି ଖୁସିପ୍ରକଟ କରିଥିଲେ l ତତ ସହିତ ଡାକ୍ତରଖାନା କର୍ମଚାରୀଙ୍କ ସମୟାନୁବର୍ତ୍ତିତା, ରୋଗୀ ମାନଙ୍କୁ ନିଷ୍ଠାପର ସେବା, ଉତ୍ତମ ବ୍ୟବହାର ଓ ପରିସରରେ ସ୍ୱଚ୍ଛତା ବ୍ୟବସ୍ଥା ଦେଖି ସେମାନେ ଖୁସି ହୋଇଥିଲେ l ବରିଷ୍ଠ ଡାକ୍ତର ପୂର୍ଣ୍ଣଚନ୍ଦ୍ର ବଳଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । କେନ୍ଦୁଝର ଜିଲ୍ଲାର ଢେଙ୍କିକୋଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ୟ ଡାକ୍ତରଖାନା ପାଇଁ ଉଦାହରଣ ବୋଲି ପ୍ରକାଶ କରିଥିଲେ l ରୋଗୀ ସେବା ଦେଖି ସେମାନେ ଖୁସି ଅନୁଭବ କରିଥିଲେ l ଡାକ୍ତରଖାନାର ଚତୁଃପାର୍ଶ୍ଵ ସୁନ୍ଦର ବୃକ୍ଷ ଓ ପରିଷ୍କାର ପରିଚ୍ଛନ୍ନ ଦେଖି ଉପସ୍ଥିତ ଥିବା କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ l

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande