ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ସିଲାଟି ଗ୍ରାମପଞ୍ଚାୟତର ସିଲାଟ ପ୍ରାଥମିକ ସେବା ସମବାୟ ସମିତି ଠାରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ଧାନମଣ୍ଡି ଉଦଘାଟନ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହେଲା ୨୦୨୫ ଖରିଫ ଋତୁର ଧାନକିଣା କାର୍ଯକ୍ରମ |
ସୁବର୍ଣ୍ଣପୁର, 9 ଡିସେମ୍ବର (ହି.ସ.) ରିଖ: ଆଜି ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ସିଲାଟି ଗ୍ରାମପଞ୍ଚାୟତର ସିଲାଟି ପ୍ରାଥମିକ ସେବା ସମବାୟ ସମିତିଠାରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ ଦ୍ୱାରା ଜିଲ୍ଲା ସ୍ତରୀୟ ଧାନମଣ୍ଡିର ଶୁଭ ଉଦଘାଟନ ଓ ୨୦୨୫ ବ
ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ସିଲାଟି ଗ୍ରାମପଞ୍ଚାୟତର ସିଲାଟ ପ୍ରାଥମିକ ସେବା ସମବାୟ ସମିତି ଠାରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ଧାନମଣ୍ଡି ଉଦଘାଟନ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହେଲା  ୨୦୨୫ ଖରିଫ ଋତୁର ଧାନକିଣା କାର୍ଯକ୍ରମ |


ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ସିଲାଟି ଗ୍ରାମପଞ୍ଚାୟତର ସିଲାଟ ପ୍ରାଥମିକ ସେବା ସମବାୟ ସମିତି ଠାରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ଧାନମଣ୍ଡି ଉଦଘାଟନ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହେଲା  ୨୦୨୫ ଖରିଫ ଋତୁର ଧାନକିଣା କାର୍ଯକ୍ରମ |


ସୁବର୍ଣ୍ଣପୁର, 9 ଡିସେମ୍ବର (ହି.ସ.)

ରିଖ: ଆଜି ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ସିଲାଟି ଗ୍ରାମପଞ୍ଚାୟତର ସିଲାଟି ପ୍ରାଥମିକ ସେବା ସମବାୟ ସମିତିଠାରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ ଦ୍ୱାରା ଜିଲ୍ଲା ସ୍ତରୀୟ ଧାନମଣ୍ଡିର ଶୁଭ ଉଦଘାଟନ ଓ ୨୦୨୫ ବର୍ଷର ଖରିଫ ଋତୁ ଧାନକ୍ରୟ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା | ଏହି ଧାନ ମଣ୍ଡି ଉଦଘାଟନ ସମୟରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ବେସାମାରିକ ଯୋଗାଣ ଅଧିକାରୀ ସୁବର୍ଣ୍ଣପୁର ଶ୍ରୀ ନିରୋଦ କୁମାର ଦାସ,ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, ସୁବର୍ଣ୍ଣପୁର , ସିଲାଟି ପ୍ରାଥମିକ ସେବା ସମିତିର ସଭାପତି, ଶ୍ରୀ ବାବଳୁ ବିଶି ଓ ସମ୍ପାଦକ, ଶ୍ରୀ ବଳରାମ ପଢନ, ଉପ ନିବନ୍ଧକ, ସମବାୟ ସେବା ସମିତି, ସୁବର୍ଣ୍ଣପୁର

ସହକାରୀ ନିବନ୍ଧକ, ସେବା ସମବାୟ ସମିତି, ସୁବର୍ଣ୍ଣପୁର, ଉଭୟ ବେସାମାରିକ ଯୋଗାଣ ବିଭାଗ ଓ ସମବାୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କ ସମେତ ସିଲାଟି ଗ୍ରାମପଞ୍ଚାୟତ ଓ ବିନିକା ପଞ୍ଚାୟତ ସମିତି ଅଞ୍ଚଳର ଚାଷୀମାନେ ଉପସ୍ଥିତ ଥିଲେ | ପ୍ରଥମେ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ଦ୍ୱାରା ମଣ୍ଡି ପ୍ରାଗଣରେ ପୂଜାର୍ଚ୍ଚନା ପରେ ଉଦଘାଟନ କରାଯାଇଥିଲା | ଏହି ଅବସରରେ ଜିଲ୍ଲାପାଳ, ସୁବର୍ଣ୍ଣପୁର ଚାଷୀମାନଙ୍କୁ ମଣ୍ଡିରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ସଙ୍ଗେ ସଙ୍ଗେ ସୁବିଧାରେ ଚାଷୀମାନଙ୍କ ଠାରୁ ଯେପରି ସହଜରେ ଓ ସୁବିଧାରେ ଧାନ ବିକ୍ରୟ କରାଯାଇପାରିବ ସେଥି ପାଇଁ ଉଭୟ ଯୋଗାଣ ଓ ସମବାୟ ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ |

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande