ନେତ୍ରଭାନୁ ଉଚ୍ଚ ବିଦ୍ୟାଳୟ ଜରାସିଂହାର ହୀରକ ଜୟନ୍ତୀ ସମାରୋହ ସ୍ମରଣିକା କମିଟିର ପ୍ରସ୍ତୁତି ବୈଠକ
ବଲାଙ୍ଗିର, ୯ ଡିସେମ୍ବର (ହି.ସ.)- ନେତ୍ରଭାନୁ ଉଚ୍ଚ ବିଦ୍ୟାଳୟ ଜରାସିଂହାର ହୀରକ ଜୟନ୍ତୀ ଆଗାମୀ ୨୦୨୬ ଜାନୁୟାରୀ ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ନିର୍ଦ୍ଧାରିତ ହୋଇଛି । ଆଜି ହୀରକ ଜୟନ୍ତୀ ପାଳନ କମିଟିର ସଭାପତି ଲକ୍ଷ୍ମଣ କୁମାର ମେହେରଙ୍କ ସଭାପତିତ୍ୱରେ ଜରାସିଂହାସ୍ଥ ସମବାୟ ସମି
ନେତ୍ରଭାନୁ ଉଚ୍ଚ ବିଦ୍ୟାଳୟ ଜରାସିଂହାର ହୀରକ ଜୟନ୍ତୀ ସମାରୋହ ସ୍ମରଣିକା କମିଟିର ପ୍ରସ୍ତୁତି ବୈଠକ


ବଲାଙ୍ଗିର, ୯ ଡିସେମ୍ବର (ହି.ସ.)- ନେତ୍ରଭାନୁ ଉଚ୍ଚ ବିଦ୍ୟାଳୟ ଜରାସିଂହାର ହୀରକ ଜୟନ୍ତୀ ଆଗାମୀ ୨୦୨୬ ଜାନୁୟାରୀ ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ନିର୍ଦ୍ଧାରିତ ହୋଇଛି । ଆଜି ହୀରକ ଜୟନ୍ତୀ ପାଳନ କମିଟିର ସଭାପତି ଲକ୍ଷ୍ମଣ କୁମାର ମେହେରଙ୍କ ସଭାପତିତ୍ୱରେ ଜରାସିଂହାସ୍ଥ ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ସ୍ମରଣିକା କମିଟିର ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଷଦ୍ ଆଲୋଚନା ପରେ ସମାଜ କର୍ମୀ ମଧୁସୁଦନ ନାୟକ, ଉମାଶଙ୍କର ସିଂହ ଓ ସୁଧାଂଶୁ ମେହେରଙ୍କୁ ସ୍ମରଣିକା ପ୍ରକାଶନ କ୍ଷେତ୍ରରେ ଅଗ୍ରଭୂମିକା ଗ୍ରହଣ କରିବାକୁ ଦାୟିତ୍ୱ ଅର୍ପଣ କରାଯାଇଛି । ଖୁବ୍ ଶିଘ୍ର ଏମାନେ ସଂପାଦନା ମଣ୍ଡଳି ଓ ସହଯୋଗୀ ମଣ୍ଡଳି ଗଠନ କରିବେ । ନେତ୍ରଭାନୁ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ଓ କରୁଥିବା ଛାତ୍ର ଛାତ୍ରୀ, ଶିକ୍ଷକ କରିଥିବା ଓ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ, ଅଣଶୈକ୍ଷିକ କର୍ମଚାରୀ ତଥା ବିଦ୍ୟାଳୟ ପ୍ରତି ଆନୁଗତ୍ୟ ରଖିଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ଚଳିତ ଡିସେମ୍ବର ୨୫ ତାରିଖ ସୁଦ୍ଧା ସ୍ମରଣିକାରେ ପ୍ରକାଶନ ପାଇଁ ଲେଖା ଆହ୍ୱାନ କରାଯାଇଛି । ଲେଖା ଗୁଡିକ ନେତ୍ରଭାନୁ ଉଚ୍ଚ ବିଦ୍ୟାଳୟ ଉପରେ ଆଧାରିତ ହୋଇ ୫୦୦ ରୁ ୯୦୦ ଶବ୍ଦ ଭିତରେ ହୋଇଥିବା ଉଚିତ । ଲେଖା ଗୁଡିକ ମେଲରେ କିମ୍ବା ହାର୍ଡ କପିରେ ପଠାଇଲେ ମଧୁସୁଦନ ନାୟକ ମାର୍ଫତ ଜଗଦାନନ୍ଦ ଛୁରିଆ ମାଲପଡା ବଲାଙ୍ଗିର/ସୁଧାଂଶୁ ମେହେର ଭାୟା ଜରାସିଂହା ଜି. ବଲାଙ୍ଗିର ଓ ଉମାଶଙ୍କର ସିଂହ ଜରାସିଂହା ଜି. ବଲାଙ୍ଗିର ଠିକଣାରେ ପଠାଇପାରିବେ । ଇତ୍ୟବସରରେ ୧୫ ଜଣ ସଦସ୍ୟଙ୍କୁ ନେଇ ନୂତନ ରୂପେ ଅର୍ଥ କମିଟି ମଧ୍ୟ ଗଠନ କରାଯାଇଥିଲା ।

ପ୍ରମୋଦ ସିଂ ନିନା, ବୃନ୍ଦାବନ ଭୋଇ, ପ୍ରଶାନ୍ତ ଥନାପତି, କରତାର ସିଂ, ପ୍ରଦୀପ ମହାନ୍ତି, ଭାଗ୍ୟବନ୍ତ ମେହେର ଓ ସ୍ଥାନୀୟ ସରପଂଚଙ୍କ ସହିତ ଅଂଚଳର ବହୁ ବୁଦ୍ଧିଜିବି ଓ ଜନସାଧାରଣ ସଭାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସଭାପତି ଲକ୍ଷ୍ମଣ କୁମାର ମେହେର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande