ପତ୍ର ସୂଚନା ବ୍ୟୁରୋ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସମ୍ବଲପୁର ଗସ୍ତ
ପତ୍ର ସୂଚନା ବ୍ୟୁରୋ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସମ୍ବଲପୁର ଗସ୍ତ
ପତ୍ର ସୂଚନା ବ୍ୟୁରୋ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସମ୍ବଲପୁର ଗସ୍ତ


ସମ୍ବଲପୁର, ୦୯, ଡିସେମ୍ବର (ହି.ସ.) ପତ୍ର ସୂଚନା ବ୍ୟୁରୋ ଭୁବ୍‌ନେଶ୍ୱର ଶାଖାର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଆଜି ସମ୍ବଲପୁର ଗସ୍ତରେ ଆସି ଦୂରଦର୍ଶନ ଏବଂ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ମିଶ୍ର ଦୂରଦର୍ଶନ ଓ ଆକାଶବାଣୀର ଅଧିକାରୀ ଓ କର୍ମଚାରୀମାନଙ୍କ ସହ ସାକ୍ଷାତ କରି ଉଭୟ ସଂସ୍ଥାର କାର୍ଯ୍ୟାବଳୀ ସମୀକ୍ଷା କରିଛନ୍ତି । ସମ୍ବଲପୁର

କେନ୍ଦ୍ରରୁ ପ୍ରସାରିତ ହେଉଥିବା ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ପ୍ରଶଂସା କରିଥିଲେ । ଆଲୋଚନା ସମୟରେ କେନ୍ଦ୍ରର ନିର୍ଦ୍ଦେଶକ ଅଭିଯାନ୍ତ୍ରିକି ସନ୍ତୋଷ କୁମାର୍ ପ୍ରଧାନ, କାର୍ଯ୍ୟକ୍ରମ ମୁଖ୍ୟ ମନୀଷ ଭଟ୍ଟାଚାର୍ଯ୍ଯ, ବାର୍ତ୍ତା ସମ୍ପାଦକ ଆଲୋକ ଚନ୍ଦ୍ର ବାରିକ, କାର୍ଯ୍ୟକ୍ରମ ନିଷ୍ପାଦକ ସନ୍ତୋଷ ପିଙ୍ଗ୍, କ୍ଷେତ୍ରମଣି ବିଭାର ଏବଂ ଆଞ୍ଚଳିକ ସମ୍ବାଦ ବିଭାଗର ବିସ୍ମିତା ପ୍ରଧାନ, ସୁପ୍ରୀତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande