କିଛି ଲୋକ ବନ୍ଦେ ମାତରମ୍‌କୁ ପଶ୍ଚିମବଙ୍ଗ ନିର୍ବାଚନ ସହ ଯୋଡି ଏହାର ଗୁରୁତ୍ୱ କମାଇବାକୁ ଚାହୁଁଛନ୍ତି-ଅମିତ ଶାହ
ନୂଆଦିଲ୍ଲୀ, 9 ଡିସେମ୍ବର (ହି.ସ.)- କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ରାଜ୍ୟସଭାରେ ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍‌ର 50ତମ ବର୍ଷ ପୂର୍ତ୍ତିରେ ଚର୍ଚ୍ଚା ଆରମ୍ଭ କରି କହିଛନ୍ତି ଯେ ବନ୍ଦେ ମାତରମ୍‌ର ପ୍ରସଙ୍ଗିକତା ତାହାର ରଚନାକାଳରୁ ଆଜିପର୍ଯ୍ୟନ୍ତ ଅବିଚଳ ରହିଛି ଏବ
ଅମିତ ଶାହ


ନୂଆଦିଲ୍ଲୀ, 9 ଡିସେମ୍ବର (ହି.ସ.)- କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ରାଜ୍ୟସଭାରେ

ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍‌ର 50ତମ ବର୍ଷ ପୂର୍ତ୍ତିରେ ଚର୍ଚ୍ଚା ଆରମ୍ଭ କରି କହିଛନ୍ତି ଯେ

ବନ୍ଦେ ମାତରମ୍‌ର ପ୍ରସଙ୍ଗିକତା ତାହାର ରଚନାକାଳରୁ ଆଜିପର୍ଯ୍ୟନ୍ତ ଅବିଚଳ ରହିଛି ଏବଂ 2047ରେ

ଏକ ବିକଶିତ ଭାରତ ଗଠନର ସମୟରେ ମଧ୍ୟ ଏହା ଅବିଚଳ ରହିବ। ସେ ଏହାକୁ ମା’ ଭାରତୀଙ୍କ ପ୍ରତି

ସମର୍ପଣ, କର୍ତ୍ତବ୍ୟଓ

ଭକ୍ତିର ଭାବନା ଜଗାଇବାକୁ ସକ୍ଷମ ଅମର କୃତି ବୋଲି କହିଛନ୍ତି ।

ଅମିତ ଶାହ କହିଛନ୍ତି ଯେ ସ୍ୱାଧୀନତା ଆନ୍ଦୋଳନ ସମୟରେ ଯେଉଁଠି ଦେଶଭକ୍ତମାନେ

ଏକତ୍ରିତ ହେଉଥିଲେ, ସେହି ସଭାଗୁଡ଼ିକର

ଆରମ୍ଭ ବନ୍ଦେ ମାତରମ୍ ସହିତ ହେଉଥିଲା। ଆଜି ମଧ୍ୟ ସୀମାରେ ଦେଶର ସୁରକ୍ଷା କରି ବୀର ସେନାମାନେ

ସର୍ବୋଚ୍ଚ ବଳିଦାନ ଦେବା ବେଳେ ତାଙ୍କର ଅଧରରେ ଏହି ଶବ୍ଦ ରହେ—ବନ୍ଦେ ମାତରମ୍।

ଗୃହମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ କିଛି ଲୋକ ଏହି ଐତିହାସିକ

ଆଲୋଚନାକୁ ପଶ୍ଚିମବଙ୍ଗ ନିର୍ବାଚନ ସହିତ ଯୋଡ଼ି ଏହାର ମହତ୍ତ୍ୱ କମେଇବାକୁ ଚେଷ୍ଟା କରୁଛନ୍ତି, ଯେତେବେଳେ ଏହା ରାଜନୀତିରୁ

ଉପରେ ଥିବା ବିଷୟ। ସେ କହିଛନ୍ତି ଯେ ବନ୍ଦେ ମାତରମ୍ ଉପରେ ଆଲୋଚନାର ଆବଶ୍ୟକତା ତାହା ରଚିତ

ହେବା ସମୟରେ ମଧ୍ୟ ଥିଲା, ସ୍ୱାଧୀନତା

ଆନ୍ଦୋଳନ ସମୟରେ ମଧ୍ୟ ଥିଲା,

ଆଜି ମଧ୍ୟ ଅଛି ଏବଂ

ଆଗକୁ ମଧ୍ୟ ରହିବ। ଯେଉଁମାନେ ଏହାର ପ୍ରାସଙ୍ଗିକତା ପ୍ରଶ୍ନ କରୁଛନ୍ତି, ସେମାନଙ୍କୁ ନିଜର

ଧାରଣା ପୁନଃ ଭାବିବାର ଆବଶ୍ୟକତା ଅଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande