ମୁଖ୍ୟମନ୍ତ୍ରୀ ଭୁଟାନର କୃଷି ମନ୍ତ୍ରୀଙ୍କ ସହିତ ଦୁଇ ଦେଶ ମଧ୍ୟରେ ସହଯୋଗକୁ ମଜବୁତ କରିବା ନେଇ କଲେ ଆଲୋଚନା
ଗୌହାଟୀ, ୨୭ ଫେବୃଆରୀ (ହି.ସ.)- ମୁଖ୍ୟମନ୍ତ୍ରୀ ଡଃ. ହିମନ୍ତ ବିଶ୍ୱ ଶର୍ମା ଗୁରୁବାର ସକାଳେ ଭୁଟାନର କୃଷି ଓ ପଶୁପାଳନ ମନ୍ତ୍ରୀ ଉଂଟେନ ଫୁଂଟଶାଙ୍କୁ ଭେଟିଛନ୍ତି । ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ କେତେକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । କଥାବାର୍ତାରେ ମୁଖ୍ୟତଃ ଆସାମ ଓ ଭୁଟାନ ମ
ମୁଖ୍ୟମନ୍ତ୍ରୀ ଭୁଟାନର କୃଷି ମନ୍ତ୍ରୀଙ୍କ ସହିତ ଦୁଇ ଦେଶ ମଧ୍ୟରେ ସହଯୋଗକୁ ମଜବୁତ କରିବା ନେଇ କଲେ ଆଲୋଚନା


ଗୌହାଟୀ, ୨୭ ଫେବୃଆରୀ (ହି.ସ.)- ମୁଖ୍ୟମନ୍ତ୍ରୀ ଡଃ. ହିମନ୍ତ ବିଶ୍ୱ ଶର୍ମା ଗୁରୁବାର ସକାଳେ ଭୁଟାନର କୃଷି ଓ ପଶୁପାଳନ ମନ୍ତ୍ରୀ ଉଂଟେନ ଫୁଂଟଶାଙ୍କୁ ଭେଟିଛନ୍ତି । ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ କେତେକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । କଥାବାର୍ତାରେ ମୁଖ୍ୟତଃ ଆସାମ ଓ ଭୁଟାନ ମଧ୍ୟରେ କୃଷି, ବାଣିଜ୍ୟ, ପର୍ଯ୍ୟଟନ, ଶିକ୍ଷା ଏବଂ ଶକ୍ତି କ୍ଷେତ୍ରରେ ଆଗକୁ ବିକାଶ ନିମନ୍ତେ ସହଯୋଗକୁ ମଜବୁତ କରିବା ଉପରେ ଆଲୋଚନା ହୋଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, ଭୁଟାନ ସରକାରର ମନ୍ତ୍ରୀ ଗୌହାଟୀରେ ଦ୍ୱିଦିବସୀୟ କାର୍ଯ୍ୟକ୍ରମ ଅନୁଯାୟୀ, ଆୟୋଜିତ ଆଡଭାଂଟେଜ ଆସାମ ୨.୦ ରେ ଅଂଶଗ୍ରହଣ କରିବା ନିମନ୍ତେ ଗୌହାଟୀରେ ପହଂଚିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande