ସୁବର୍ଣ୍ଣପୁର, ୨୭ ଫେବୃଆରୀ(ହି.ସ.) – ସୁବର୍ଣ୍ଣପୁର ଶ୍ରୀ ପଂଚରଥ ଶୈବ ପୀଠରେ ମହା ଶିବରାତ୍ରୀ ପାଳନ ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପାତାଳୀ ଶ୍ରୀକ୍ଷେତ୍ର ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର କମିଟି ସଭାପତି ମନବୋଧ ଭୋଇଙ୍କ ଅଧ୍ୟକ୍ଷତାରେ ସଂପାଦକ ପୀୟୂଷ ପଣ୍ଡାଙ୍କ ତତ୍ୱାବଧାନରେ ଓ ମନୋରଞ୍ଜନ ତ୍ରୀପାଠୀଙ୍କ ସଂଯୋଜନାରେ ଏହି ଉପଲକ୍ଷେ ଆୟୋଜିତ ହୋଇଥିବା ଏକ ସଭାରେ ସୋନପୁର ଏସ୍ଡିପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ୠଷି ମାଝୀ , ଚିଫ୍ସିଏସ୍ ଓ ନିରୋଧ ରଂଜନ ଦାଶ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, କଇରୁ ସ୍ୱାଇଁ, ପଠାନ କୁମାର ପଣ୍ଡା ଯୋଗଦେଇ ପ୍ରଭୂକୃପା ଲାଭ କରିଥିଲେ। ଅତିଥିମାନଙ୍କୁ ଓ କଳାକାର ପଦ୍ମଲୋଚନ ସାହୁଙ୍କୁ କମିଟି ସଂପାଦକ ପୀୟୂଷ ପଣ୍ଡା ସମ୍ବର୍ଦ୍ଧିତ କରିଥିଲେ। ପାତାଳୀ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଟ୍ରୁପ୍ କଳାକାର ଆଶିଷ ଓ ସୃଷ୍ଟିକା ବାପଝିଅ ଯୋଡ଼ିଙ୍କ ହର ହର ଶମ୍ଭୁ ସଂଗୀତ ସୁଦର୍ଶନ, ମଂଟୁ, ପଦ୍ମଲୋଚନ, ଅର୍ପିତା ସାଙ୍କେତିକା ପ୍ରମୁଖ କଳାକାରଙ୍କ ସୁମଧୁର ସଙ୍ଗୀତ ଓ ଅତିଥି ସିଏସ୍ ଓ ଶ୍ରୀ ଦାଶଙ୍କ ନୀଳାଚଳ ଧାମ ଯାଇ ମୁଁ ପାରୁନି ଏଠୁ କରୁଛି ଦଣ୍ଡବତ ହେ ଜଗନ୍ନାଥ ସଂଗୀତ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା। କାର୍ତିକ, ଚିଂଟୁ,ଓ ବିମଲ୍ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ। କମିଟିର ବରିଷ୍ଠ ସଦସ୍ୟ ନିରଞ୍ଜନ ତ୍ରୀପାଠୀ, ଶେଷଦେବ ମେହେର, ଲଡୁକିଶୋର ମଲ୍ଲିକ, ରଂଜିତ ସାହୁ, ବିକାଶ ପଣ୍ଡା, ରବି ଦେହୁରୀ, ଦିଲ୍ଲୀପ, ସିପୁନ, ଗଣେଶ ସାହୁ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଶହ ଶହ ମହିଳା ଦର୍ଶକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମକୁ ବିଳମ୍ବିତ ରାତିଯାଏ ଉପଭୋଗ କରିଥିଲେ। ଏବର୍ଷ ଏହି ଶୈବ ପୀଠର ସାଜ ସଜ୍ଜା ଖୁବ୍ ଆକର୍ଷଣୀୟ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ