୮୦ ଲକ୍ଷ ଟଙ୍କା କ୍ଷତିରେ ଚାଲିଛି ଚରଦିଆ ସମବାୟ ସମିତି, ଟଙ୍କାର ସଠିକ୍ ଉପଯୋଗ ହୋଇନଥିବା ନେଇ ଜିଲାପାଳଙ୍କ ତଦନ୍ତ ଦାବୀ
ଭଦ୍ରକ, ୨୭ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଚରଦିଆ ପଂଚାୟତରେ ଥିବା ଚରଦିଆ ସେବା ସମବାୟ ସମିତିରେ ଅର୍ଥ ତୋଷାରପାତ ହୋଇଥିବା ନେଇ ଏକ ଅଡିଟ ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁଯାଇ ଟ୩,୦୩,୩୭୭.୦୦ଙ୍କାର ସଠିକ ଭାବେ ସୁବିନିଯୋଗ ହୋଇ ନଥିବା ମଧ୍ୟ ଦର୍ଶା ଯାଇଛି। ୨୦୨୨-୨୩ ପ୍ରକାଶ ପ
CHARADIA SEVA SAMABAYA SAMITI


ଭଦ୍ରକ, ୨୭ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଚରଦିଆ ପଂଚାୟତରେ ଥିବା ଚରଦିଆ ସେବା ସମବାୟ ସମିତିରେ ଅର୍ଥ ତୋଷାରପାତ ହୋଇଥିବା ନେଇ ଏକ ଅଡିଟ ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁଯାଇ ଟ୩,୦୩,୩୭୭.୦୦ଙ୍କାର ସଠିକ ଭାବେ ସୁବିନିଯୋଗ ହୋଇ ନଥିବା ମଧ୍ୟ ଦର୍ଶା ଯାଇଛି। ୨୦୨୨-୨୩ ପ୍ରକାଶ ପାଇଥିବା ଅଡିଟ ରିପୋର୍ଟରେ ଏହା ଦର୍ଶା ଯାଇଥିବା ବେଳେ ଏହି ସମବାୟ ସମିତିରେ ଥିବା ସଂପାଦିକା ଏହି ଘଟଣାରେ ଲିପ୍ତ ଥିବା ଦର୍ଶାଯାଇଛି। ତଥ୍ୟାନୁଯାଇ ସଂପୃକ୍ତ ସଂପାଦିକା ୬୮ହଜାର ୫ଶହ ଟଙ୍କାର ସୁବିନିଯୋଗ କରି ନଥିବା ବେଳେ ସମବାୟ ନିର୍ବାଚନ ପାଇଁ ସେ ଏହି ୬୮ହଜାର ୫ଶହ ଟଙ୍କା ର ମିଥ୍ୟା ଚାଲାଣ ଦର୍ଶାଇଛନ୍ତି।ଏହି ସମୟ ମଧ୍ୟରେ ମଣ୍ଡିରେ ଶ୍ରମିକ ଦେୟ ଭାବେ ୬୨ହଜାର ଟଙ୍କା, ଏବଂ ସଂପୃକ୍ତ ସଂପାଦିକା ଙ୍କୁ ଦାୟିତ୍ୱ ନ୍ୟସ୍ଥ କରାଯାଇନଥିବା ବେଳେ ସେ ୧ଲକ୍ଷ ୩୯ହଜାର ୮ଶହ ୭୭ଟଙ୍କା ଖର୍ଚ ମଧ୍ୟ ଦର୍ଶାଇଛନ୍ତି। ଏହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ସମୁଦାୟ ୩ଲକ୍ଷ ୩ହଜାର ୩୭୭ଟଙ୍କାର ସୁବିନିଯୋଗ ହୋଇ ନଥିବା ଅଡିଟି ରିପୋର୍ଟ ଦର୍ଶାଇଛି। ଏଥିସହ ଏହି ସମବାୟ ସମିତିରେ ଉଦ୍ଧାର ଏବଂ ଲୋନ ରେ ତାଳମେଳ ରହୁ ନଥିବା ବେଳେ ଅଧିକ ଟଙ୍କା ସୁଧ ଦିଆଯାଇଛି ବୋଲି ଦର୍ଶାଯାଇଛି। ସମିତିରେ କ୍ୟାଶ ବୁକ, ସଦସ୍ୟ ରେଜିଷ୍ଟାର, ଜମା ଖାତା, ଉଦ୍ଧାର ଖାତା,ବ୍ୟାଙ୍କ ପାଶ ବୁକ ଗୁଡିକରେ ଦର୍ଶା ଯାଇଥିବା ତଥ୍ୟ କ୍ୟାସ (କମନ ଏକାଉଂଟିଂ ସିଷ୍ଟମ)କୁ ଅଗ୍ରାହ୍ୟ କରୁଥିବା ଦର୍ଶାଯାଇଛି। ଚରଦିଆ ସମବାୟ ସମିତିର ସଂପାଦିକା ଏହିଭଳି ଭାବେ ତଥ୍ୟ ଉପସ୍ଥାପନା କରିଥିବାରୁ ଅଡିଟି ରିପୋର୍ଟରେ ୨୦୨୨-୨୩ ଆର୍ଥିକ ବର୍ଷରେ ଚରଦିଆ ସମବାତ ସମିତି ୭୯ଲକ୍ଷ ୯୩ହଜାର ୯୪୭ଟଙ୍କା କ୍ଷତି କରିଛି।ଅଡିଟି ରିପୋର୍ଟରେ ତଥ୍ୟାନୁଯାଇ ସମବାୟ ସମିତିର ସଂପାଦିକା , ସଭାପତି ଏହି ଘଟଣାରେ ଲିପ୍ତ ଥିବା ଦର୍ଶାଯାଇଥିବା ବେଳେ ସହକାରୀ ଅଡିଟର ଏଭଳି ଘୋଟାଲାରେ ସଂପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ନେଇ ନାହାନ୍ତି। ଏହି ସମସ୍ତ ତଥ୍ୟ ଲୋକ ଲୋଚନକୁ ଆସି ସାରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଇ ନଥିବାରୁ ସାମାଜିକ କର୍ମୀ ଶରତ ସେନାପତି ଏକ ଲିଖିତ ଅଭିଯୋଗ କରିବା ସହ ରାଜ୍ୟ ଭିଜିଲାନ୍ସ ନିର୍ଦେଶକ, ଭଦ୍ରକ ଜିଲ୍ଲାପାଳ ଏବଂ ରାଜ୍ୟ ସମବାୟ ଅଧିକାରୀଙ୍କୁ ଏହି ବିଷୟରେ ଅବଗତ କରାଇଛନ୍ତି। ଏହି ବିଷୟରେ ସଂପୃକ୍ତ ଚରଦିଆ ସମବାୟ ସମିତିର ସଂପାଦିକାଙ୍କୁ ପଚାରିବାରୁ ସେ ଏହି ବିଷୟରେ ଅବଗତ ଅଛନ୍ତି ବୋଲି କହିବା ସହ କୌଣସି ମତାମତ ଦେବାକୁ ମନା କରି ଦେଇଥିଲେ। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande