ୱକଫ ଉପରେ ଜେପିସି ଦ୍ୱାରା ସୁପାରିଶ କରାଯାଇଥିବା ପରିବର୍ତନକୁ କ୍ୟାବିନେଟ ଦେଲେ ମଞ୍ଜୁରୀ
ନୂଆଦିଲ୍ଲୀ, ୨୭ ଫେବୃଆରୀ (ହି.ସ.)- ମିଳିତ ସଂସଦୀୟ କମିଟି ଦ୍ୱାରା ସଦ୍ୟ ସୁପାରିଶ କରାଯାଇଥିବା ୱକଫ୍ ସଂଶୋଧନ ବିଲରେ ପରିବର୍ତନକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ସୂତ୍ର ଅନୁସାରେ ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ବିଲ୍ ଆଲୋଚନା ଏବଂ ପାସ୍ ପାଇଁ ଉପସ୍ଥାପିତ ହେବ। ଏଥିରେ ଫେବୃଆର
ୱକଫ ଉପରେ ଜେପିସି ଦ୍ୱାରା ସୁପାରିଶ କରାଯାଇଥିବା ପରିବର୍ତନକୁ କ୍ୟାବିନେଟ ଦେଲେ ମଞ୍ଜୁରୀ


ନୂଆଦିଲ୍ଲୀ, ୨୭ ଫେବୃଆରୀ (ହି.ସ.)- ମିଳିତ ସଂସଦୀୟ କମିଟି ଦ୍ୱାରା ସଦ୍ୟ ସୁପାରିଶ କରାଯାଇଥିବା ୱକଫ୍ ସଂଶୋଧନ ବିଲରେ ପରିବର୍ତନକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି।

ସୂତ୍ର ଅନୁସାରେ ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ବିଲ୍ ଆଲୋଚନା ଏବଂ ପାସ୍ ପାଇଁ ଉପସ୍ଥାପିତ ହେବ। ଏଥିରେ ଫେବୃଆରୀ ୧୯ ତାରିଖରେ ବିଜେପି ସାଂସଦ ଜଗଦମ୍ବିକା ପାଲଙ୍କ ନେତୃତ୍ୱାଧୀନ ଦ୍ୱାରା ସୁପାରିଶ କରାଯାଇଥିବା ଅଧିକାଂଶ ପରିବର୍ତନକୁ ସାମିଲ କରାଯାଇଛି। ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଆରମ୍ଭ ହେବ।

୧୩ ଫେବୃଆରୀରେ ସଂସଦର ଉଭୟ ଗୃହରେ ଜେପିମି ସମ୍ପର୍କିତ ରିପୋର୍ଟ ଉପସ୍ଥାପିତ ହୋଇଥିଲା। କମିଟି କାର୍ଯ୍ୟକାଳରେ ଆଗତ ହୋଇଥିବା ୪୪ଟି ସଂଶୋଧନ ମଧ୍ୟରୁ, ପ୍ୟାନେଲ ଏନିଡିଏ ସଦସ୍ୟମାନଙ୍କ ଦ୍ୱାରା ବିଭାଜନ ଭୋଟ ମାଧ୍ୟମରେ ସୁପାରିଶ କରାଯାଇଥିବା ୧୪ଟି ପରିବର୍ତନକୁ ଗ୍ରହଣ କରିଥିଲା।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande