ଦୀର୍ଘଦିନ ପରେ ଦୋବଲ ପଂଚାୟତ କାର୍ଯ୍ୟାଳୟର ଭିତି ପ୍ରସ୍ତର ସ୍ଥାପନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଭଦ୍ରକ, ୨୭ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ର ଦୋବଲ ପଂଚାୟତର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଭିତି ପ୍ରସ୍ତର ସ୍ଥାପନ କରାଯାଇଛି। ସୋଧ ଗ୍ରାମର ଧରମ ପଡ଼ିଆ ନିକଟ ସରକାରୀ ଜମିରେ ଏହାର ଶିଳାନ୍ୟାସ କରିଛନ୍ତି ଧାମନଗର ବିଧାୟକ ତଥା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା,
DOBAL PANCHAYAT OFFICE VITI PRASTARA


ଭଦ୍ରକ, ୨୭ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ର ଦୋବଲ ପଂଚାୟତର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଭିତି ପ୍ରସ୍ତର ସ୍ଥାପନ କରାଯାଇଛି। ସୋଧ ଗ୍ରାମର ଧରମ ପଡ଼ିଆ ନିକଟ ସରକାରୀ ଜମିରେ ଏହାର ଶିଳାନ୍ୟାସ କରିଛନ୍ତି ଧାମନଗର ବିଧାୟକ ତଥା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଆୟୋଜିତ କାର୍ଯ୍ୟକ୍ରମରେ ଦୋବଲ ସରପଂଚ ଅଶୋକ କୁମାର ପଣ୍ଡା, ସମିତି ସଭ୍ୟା ରୁନିଲତା ସାହୁ ,ଧାମନଗର ଅତିରିକ୍ତ ତହସିଲଦାର ସାଇ ସିଲୋନା ଓ ଧାମନଗର ବିଡିଓ ବନ ବିହାରୀ ଦିନ୍ଦା ଉପସ୍ଥିତ ଥିଲେ। ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ପୁର୍ବ ସରକାର ସମୟରେ ୩୩ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଥିଲା।ତେବେ ସ୍ଥାନ ଚୟନ ରେ ବିବାଦ ରୁ ଉକ୍ତ କାର୍ଯ୍ୟାଳୟ ନିର୍ମାଣ ହୋଇ ପାରିନଥିଲା। ତେବେ ଦୀର୍ଘ ଦିନ ପରେ ଉକ୍ତ କାର୍ଯ୍ୟାଳୟ ନିର୍ମାଣ ପାଇଁ ମନ୍ତ୍ରୀ ଙ୍କ ଦ୍ୱାରା ଶିଳାନ୍ୟାସ କରା ଯାଇ ଥିଲା। ତେବେ ୬ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ବ୍ଲକ ପକ୍ଷରୁ କୁହାଯାଇଛି। ପ୍ରକାଶ ଥାଉକି ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଦୋବଲ ପଂଚାୟତକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ମୁସ୍ତଫାପୁର ନୂଆ ପଂଚାୟତର ରୂପ ନେଇଥିଲା। ଅବଶିଷ୍ଟ ଅଂଚଳକୁ ନେଇ ଦୋବଲ ପଂଚାୟତ ରହିଥିଲା। ହେଲେ ୨୦୧୭ ପୂର୍ବରୁ ଦୋବଲ ପଂଚାୟତର କାର୍ଯ୍ୟାଳୟ ମୁସ୍ତଫାପୁର ଅଂଚଳରେ ଥିବା ହାଟ ପାଖରେ ଥିଲା। ମୁସ୍ତଫାପୁର ନୂଆ ପଂଚାୟତ ହେବାରୁ ଦୋବଲ ର ଏହି ପୁରୁଣା ପଂଚାୟତ କାର୍ଯ୍ୟାଳୟ ଟି ମୁସ୍ତଫାପୁର ପଂଚାୟତର କାର୍ଯ୍ୟାଳୟ ଭାବେ କାମ କରିଥିଲା। ସେପଟେ ଦୋବଲ ର ନିଜସ୍ୱ ପଂଚାୟତ ଅଫିସ ନଥିଲା। ସେବେ ଠାରୁ ଏଠାରେ ନୂଆ ପଂଚାୟତ ଅଫିସ ନିର୍ମାଣ କରିବାକୁ ଦାବି ହୋଇ ଆସୁଥିଲା। ଦୋବଲ ପଂଚାୟତ ରେ ନିଜସ୍ୱ ପଂଚାୟତ ଅଫିସ ନଥିବାରୁ ପଞ୍ଚାୟତର କୌଣସି ସରକାରୀ କାର୍ଯ୍ୟ ଠିକରେ ହୋଇ ପାରୁନଥିଲା। ସେଠାରେ ଥିବା କମ୍ୟୁନିଟି ସେଂଟର କୁ ଅସ୍ଥାୟୀ ଭାବେ ଅଫିସ କରାଯାଇଥିଲା। ତେବେ ଗୁରୁବାର ପଂଚାୟତ କାର୍ଯ୍ୟାଳୟ ର ଭିତିପ୍ରସ୍ତର ସ୍ଥାପନ ସହ ସୋଧ ସ୍ଥିତ କଲ୍ୟାଣ ମଣ୍ଡପକୁ ମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଏହାସହ ୫ ଟି ପଂଚାୟତର ମହିଳା ମହାସଂଘ କାର୍ଯ୍ୟାଳୟ, ତିନିଟି ସ୍କୁଲର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣର ଭିତି ପ୍ରସ୍ତର ସ୍ଥାପନ ମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିଲା।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande