କନ୍ଧମାଳ, ୨୭ ଫେବୃଆରୀ(ହି.ସ.) – ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ଜିଲ୍ଲା ପ୍ରଶାସନ ଓ ପଂଚାୟତ ସମିତିର ମିଳିତ ଆନୁକୂଲ୍ୟରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ଜିଲ୍ଲାର ପ୍ରତି ବ୍ଲକରେ ଅନୁଷ୍ଠିତ ହେବ। ଉକ୍ତ ପରାମର୍ଶ ମେଳାରେ ଯୁବକ ଯୁବତୀମାନେ ବହୁ ସଂଖ୍ୟାରେ ଯୋଗଦାନ କରି ବୈଷୟିକ ଶିକ୍ଷା ଓ ତାଲିମ ନିମନ୍ତେ ସବିଶେଷ ପରାମର୍ଶ ଗ୍ରହଣ କରିବା ସହିତ ସ୍ୱଳ୍ପ ଅବଧି ତାଲିମ୍ ଓ ତାଲିମ୍ ପରବର୍ତୀ ନିଯକ୍ତି ଭିତିକ ପାଠ୍ୟକ୍ରମରେ ନାମ ଲେଖାଇବାର ସୁବର୍ଣ୍ଣ ସୁଯୋଗ ହାସଲ କରିବାକୁ ଅନୁରୋଧ କରାଯାଇଛି। ଇଛୁକ ପ୍ରାର୍ଥୀ ଓ ପ୍ରାର୍ôଥନୀ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର ଓ ଆଧାର କାର୍ଡ଼ର ନକଲ ସହିତ ଏହି ଶିବିରରେ ଯୋଗଦାନ କରିବା ଆବଶ୍ୟକ। ଏହି ପରାମର୍ଶ ଶିବିର ଚଳିତ ଫେବୃଆରୀ ମାସ ୨୮ତାରିଖରେ କୋଟଗଡ଼ ଓ ତୁମୁଡ଼ିବନ୍ଧ ବ୍ଲକ ପରିସରରେ ଦିବା ଘ.୧୦.୩୦ମି.ରେ ଆୟୋଜନ କରାଯିବ। ସେହିପରି ମାର୍ଚ୍ଚ ମାସ ୦୧ ତାରିଖରେ ଟିକାବାଲି ଓ ଚକାପାଦ ବ୍ଲକ ପରିସରରେ ଦିବା ଘ.୧୦.୩୦ମି.ରେ, ୦୩ ତାରିଖରେ ଦାରିଙ୍ଗିବାଡ଼ି ଓ ରାଇକିଆ ବ୍ଲକ ପରିସରରେ ଦିବା ଘ.୧୦.୩୦ମି.ରେ, ୦୪ ତାରିଖରେ ଫିରିଙ୍ଗିଆ ଓ ଘୁ. ଉଦୟଗିରି ବ୍ଲକ ପରିସରରେ ଦିବା ଘ.୧୦.୩୦ମି.ରେ, ୦୬ ତାରିଖରେ କ.ନୂଆଗାଁ ଓ ବାଲିଗୁଡ଼ା ବ୍ଲକ ପରିସରରେ ଦିବା ଘ.୧୦.୩୦ମି.ରେ ଏବଂ ୦୭ ତାରିଖରେ ଖଜୁରୀପଡ଼ା ଓ ଫୁଲବାଣୀ ବ୍ଲକ ପରିସରରେ ଦିବା ଘ.୧୦.୩୦ମି.ରେ ଏହି ପରାମର୍ଶ ଶିବିର ଆୟୋଜନ କରାଯିବ ବୋଲି ଜିଲ୍ଲା ଦକ୍ଷତା ବିକାଶ-ତଥା - ଜିଲ୍ଲା ନିୟୋଜନ ଅଧିକାରୀ, କନ୍ଧମାଳଙ୍କ ସୂତ୍ରରୁ ଜଣାପଡ଼ିଛି। ଏହି ପରାମର୍ଶ ଶିବିରରେ କନ୍ଧମାଳ ଜିଲ୍ଲାରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାନ(ପଲିଟେକ୍ନିକ୍), ଶିଳ୍ପ ତାଲିମ୍ ଅନୁଷ୍ଠାନ(ଆଇଟିଆଇ) ଓ ନିଯୁକ୍ତି ଭିତିକ ତାଲିମ କେନ୍ଦ୍ର(ପିଏଲ୍ଟିପି)ରେ ଥିବା ସୁବିଧା ଓ ସୁଯୋଗ ଉପରେ ସମସ୍ତ ବିବରଣୀ ମଧ୍ୟ ପାଇପାରିବେ।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ