ଡ଼ିଭାଇଡ଼ରରେ ପିଟି ହୋଇ ଦୋକାନ ଉପରେ ଓଲଟିଲା ଟ୍ରକ
କୋରେଇ, ୨୭ ଫେବୃଆରୀ(ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ୧୬ ନମ୍ବର ଜାତୀୟ ରାଜପଥର ମଣିପୁର ନିକଟରେ ବାଲେଶ୍ୱରରୁ ପ୍ଲାଇ ନେଇ କଟକ ଯାଉଥିବା ଏକ ଟ୍ରକ (ଡ଼ିଏଲ୧ଏଲଏଏଲ୧୮୩୧) ଘନ କୁୁହୁଡ଼ି ଯୋଗୁଁ ରାସ୍ତା ଦେଖି ନପାରି ଭାରସାମ୍ୟ ହରାଇ ଡ଼ିଭାଇଡ଼ରରେ ପିଟି ହୋଇ ରାଜପଥର ବାମ ପାର୍ଶ୍ୱରେ ଥିବା ଏକ ଦୋକାନ ଉପର
ଡ଼ିଭାଇଡ଼ରରେ ପିଟି ହୋଇ ଦୋକାନ ଉପରେ ଓଲଟିଲା ଟ୍ରକ


କୋରେଇ, ୨୭ ଫେବୃଆରୀ(ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ୧୬ ନମ୍ବର ଜାତୀୟ ରାଜପଥର ମଣିପୁର ନିକଟରେ ବାଲେଶ୍ୱରରୁ ପ୍ଲାଇ ନେଇ କଟକ ଯାଉଥିବା ଏକ ଟ୍ରକ (ଡ଼ିଏଲ୧ଏଲଏଏଲ୧୮୩୧) ଘନ କୁୁହୁଡ଼ି ଯୋଗୁଁ ରାସ୍ତା ଦେଖି ନପାରି ଭାରସାମ୍ୟ ହରାଇ ଡ଼ିଭାଇଡ଼ରରେ ପିଟି ହୋଇ ରାଜପଥର ବାମ ପାର୍ଶ୍ୱରେ ଥିବା ଏକ ଦୋକାନ ଉପରେ ଓଲଟି ପଡ଼ିଛି। ଫଳରେ ଟ୍ରକ ଚାପାରେ ଦୋକାନଟି ସମ୍ପୁର୍ଣ ଭାଙ୍ଗି ଯାଇଥିବା ବେଳେ ସୈାଭାଗ୍ୟ ବଶତଃ ଚାଳକ କିମ୍ବା ଦୋକାନ ମାଲିକଙ୍କର କିଛି କ୍ଷତି ହୋଇନାହିଁ। ଖବର ପାଇ ପାଣିକୋଇଲି ପୁଲିସ ତଦନ୍ତ ଚାଲୁ ରଖିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande