ମହାକୁମ୍ଭକୁ ସଫଳ କରିଥିବାରୁ ଦେଶବାସୀଙ୍କ ପରିଶ୍ରମ, ପ୍ରୟାସ ଓ ସଂକଳ୍ପକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଲକ୍ଷ୍ନୌ, ୨୭ ଫେବୃଆରୀ (ହି.ସ.)- ମହାଶିବରାତ୍ରୀ ଦିନ ଅନ୍ତିମ ସ୍ନାନ ସହିତ ପ୍ରୟାଗରାଜ ମହାକୁମ୍ଭର ୪୫ ଦିନ ପରେ ସମାପନ ହୋଇଛି । ବିଶ୍ୱର ସବୁଠୁ ବଡ ଧାର୍ମିକ ଆୟୋଜନରେ ଦେଶ ତଥା ବିଶ୍ୱର ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଂଗମରେ ଆସ୍ଥାର ବୁଡ ପକାଇଛନ୍ତି । ଏହି ଆୟୋଜନର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନର
ମହାକୁମ୍ଭକୁ ସଫଳ କରିଥିବାରୁ ଦେଶବାସୀଙ୍କ ପରିଶ୍ରମ, ପ୍ରୟାସ ଓ ସଂକଳ୍ପକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ


ଲକ୍ଷ୍ନୌ, ୨୭ ଫେବୃଆରୀ (ହି.ସ.)- ମହାଶିବରାତ୍ରୀ ଦିନ ଅନ୍ତିମ ସ୍ନାନ ସହିତ ପ୍ରୟାଗରାଜ ମହାକୁମ୍ଭର ୪୫ ଦିନ ପରେ ସମାପନ ହୋଇଛି । ବିଶ୍ୱର ସବୁଠୁ ବଡ ଧାର୍ମିକ ଆୟୋଜନରେ ଦେଶ ତଥା ବିଶ୍ୱର ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଂଗମରେ ଆସ୍ଥାର ବୁଡ ପକାଇଛନ୍ତି । ଏହି ଆୟୋଜନର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସେମାନଙ୍କର ପରିଶ୍ରମ, ପ୍ରୟାସ ଓ ସଂକଳ୍ପ ପାଇଁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସ ରେ ଏକ ପୋଷ୍ଟ କରି କହିଛନ୍ତି ଯେ, ମହାକୁମ୍ଭ ସମ୍ପନ୍ନ ହୋଇଛି, ଏକତାର ମହାଯଜ୍ଞ ସମ୍ପନ୍ନ ହୋଇଛି । ମହାକୁମ୍ଭରେ ଯେଭଳି ଏତେ ସଂଖ୍ୟାରେ ଶ୍ରଦ୍ଧାଳୁ ଅଂଶଗ୍ରହଣ କଲେ ଏହା କେବଳ ଏକ ରେକର୍ଡ଼ ନୁହେଁ, ବରଂ ଏହା ଆମ ସଂସ୍କୃତି ଏବଂ ଐତିହ୍ୟକୁ ସୁଦୃଢ଼ ଓ ସମୃଦ୍ଧ ରଖିବା ନିମନ୍ତେ ଦୀର୍ଘ ବର୍ଷରୁ ଏକ ସଶକ୍ତ ମୂଳଦୁଆ ରଖିଯାଇଛି । ପ୍ରୟାଗରାଜରେ ଏକତାର ମହାକୁମ୍ଭରେ ୪୫ ଦିନ ଧରି ଯେଭଳି ଭାବେ ୧୪୦ କୋଟି ଦେଶବାସୀଙ୍କ ଆସ୍ଥା ଏକ ସଙ୍ଗେ, ଏକ ସମୟରେ ଏହି ଗୋଟିଏ ପର୍ବ ଆକାରରେ ସଂଯୋଗ ହୋଇଥିଲା, ଯାହା ଆଶ୍ଚର୍ଯ୍ୟ କରିଛି । ମହାକୁମ୍ଭ ସମ୍ପୂର୍ଣ୍ଣ ହେବା ପରେ ଯେଉଁ ବିଚାର ମନକୁ ଆସିଛି, ତାହାକୁ ମୁଁ କଲମବଦ୍ଧ କରିବାକୁ ପ୍ରୟାସ କରିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande