ନାରାୟଣ ସ୍ମୃତି ସେବା ଓ ସହିତ୍ୟ ଗବେଷଣା ପରିଷଦର ଆଲୋଚନା ଚକ୍ର, ମହାଶିବରାତ୍ରୀ ଉତ୍କଳୀୟ ଧର୍ମୀୟ ଚେତନାର ଅନନ୍ୟ ବିଶିଷ୍ଟ ପର୍ବ
ଭଦ୍ରକ, ୨୭ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ କୋହ୍ଲ ସ୍ଥିତ ନାରାୟଣ ସ୍ମୃତି ସେବା ଓ ସାହିତ୍ୟ ଗବେଷଣା ପରିଷଦର ସାୟଂ ଅଧିବେଶନରେ ଶିବଜାଗର ଉପଲକ୍ଷେ ଆଲୋଚନା ସଭା ବିଭୂତିଭୂଷଣ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂପାଦିକା ସଂଯୁକ୍ତା ଭାରତୀ ସ୍ୱାଗତ ଭାଷଣ ପ୍ରଦାନ କରିବ
NARYAN SMRUTI SANSAD ALOCHANA CHAKRA


ଭଦ୍ରକ, ୨୭ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ କୋହ୍ଲ ସ୍ଥିତ ନାରାୟଣ ସ୍ମୃତି ସେବା ଓ ସାହିତ୍ୟ ଗବେଷଣା ପରିଷଦର ସାୟଂ ଅଧିବେଶନରେ ଶିବଜାଗର ଉପଲକ୍ଷେ ଆଲୋଚନା ସଭା ବିଭୂତିଭୂଷଣ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂପାଦିକା ସଂଯୁକ୍ତା ଭାରତୀ ସ୍ୱାଗତ ଭାଷଣ ପ୍ରଦାନ କରିବାପରେ ଚାନ୍ଦବାଲି ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ସୁରୁଚିପ୍ରଭା ଦାସ ଭିତି ପ୍ରବନ୍ଧ ପାଠ କରିଥିଲଲେ । ମୁଖ୍ୟ ଅତିଥି ପଣ୍ଡିତ ଦୈତାରି ମହାପାତ୍ର, ମୁଖ୍ୟ ବକ୍ତା ଶିକ୍ଷାବିତ୍ ପ୍ରଶାନ୍ତ କୁମାର ତ୍ରୀପାଠୀ ତଥା ବରେଣ୍ୟ ଅତିଥି ଭାବରେ ଘଂଟେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ପ୍ରସାଦ ମହାପାତ୍ର, କବି ଅଭୟକୁମାର ଦାସ, ମଥୁରାମୋହନ ବେହେରା, ଆଶୁତୋଷ କରଣ, ସୁବାସ ମହାନ୍ତି, ନିତ୍ୟାନନ୍ଦ ମଲ୍ଲିକ, ବଳରାମ ସେନାପତି, ମନସ୍ମିତା ଦାସ ଓ ହରିହର ମଲ୍ଲିକ ପ୍ରଭୃତି ଆଲୋଚନାରେ ଅଂଶ ଗ୍ରହଣକରି ଶିବଜାଗରର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ମହାଶିବରାତ୍ରୀ ଉତ୍କଳୀୟ ଧର୍ମୀୟ ଚେତନାର ଅନନ୍ୟ ବିଶିଷ୍ଟ ପର୍ବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande