କୋରେଇ, ୨୭ ଫେବୃଆରୀ(ହି.ସ.) - ପାଣିକୋଇଲି ପଂଚାୟତ ଅନ୍ତର୍ଗତ ବାଲିଦାଣ୍ଡ ସାହିରେ ୨୭ ତମ ଶୁନ୍ୟବ୍ରହ୍ମ ଅବିନାଶୀଙ୍କ ନାମ ସଂକୀର୍ତନ ମହାସମାରୋହରେ ଆୟୋଜିତ ହୋଇଯାଇଛି। ପ୍ରତିବର୍ଷ ଉକ୍ତ ନାମସଂକୀର୍ତନ ପବିତ ୍ରମହାଶିବରାତ୍ରୀ ଠାରୁ ଆରମ୍ଭ ହୋଇ ଦୁଇ ଦିନ ଧରି ଚାଲିଥାଏ। କମିଟିର ସଭାପତି ଶଙ୍କର୍ଷଣ ମଳିକ,ଉପ ସଭାପତି ଯେଗେନ୍ଦ୍ର ମଲିକ,ସମ୍ପାଦକ ରାଜକିଶୋର ମଲିକ ସମେତ କମିଟିର ଉଦ୍ୟମୀ ଯୁବକ ମାନଙ୍କ ସହଯୋଗରେ ଚଳିତ ବର୍ଷ ନାମଯଜ୍ଞର ଆୟୋଜନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ