ଘଟଗାଁ, ୨୭ ଫେବୃଆରୀ(ହି.ସ.) - ଦୃତ ଯାନଚାଳନା ଓ ଅମାନିଆ ଯାନଚାଳକ ମାନଙ୍କର ଦୃତ ଯାନଚଳାଚଳକୁ ରୋକିବା ପାଇଁ ସହର ଠାରୁ ଗାଁ ଗହଳି ର ପ୍ରତି ରାସ୍ତାର ଛକ ମାନଙ୍କରେ ହମ୍ପସ ନିର୍ମାଣ କରାଯିବା ଜରୁରୀ ହୋଇପଡିଛି ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି । ଖାଲି ଦିନ ମାନଙ୍କର କଥା ଛାଡ଼ନ୍ତୁ ପୂଜା ପର୍ବାଣୀ ଦିନ ମାନଙ୍କରେ ମଧ୍ୟ ଜନସମାଗମ ଓ ପୋଲିସ ଛିଡା ହୋଇ ରହୁଥିଲେହେଁ ଅମାନିଆ ଯୁବକ ମାନଙ୍କର ଦୃତ ଗତିରେ ଯାନ ଚଲାଇବା ସହିତ ଯାନର ଏକ୍ସଲିଟରକୁ ଜୋରରେ ମୁଡିବା ଓ ତୀବ୍ର ହର୍ଣ୍ଣ ବଜାଇ ରାସ୍ତା ରେ ଯାନ ଚଳା ଚଳ କରି ଅନ୍ୟ ପଥଚାରିଙ୍କ ପାଇଁ ଜୀବନ ହାନି ଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି । ବିଶେଷ କରି ଚାରି ପାର୍ଶ୍ୱରୁ ରାସ୍ତା ଥିବା ଛକ ମାନଙ୍କରେ ଉଚ୍ଚ ହମ୍ପସ ଆବଶ୍ୟକତା ରହୁଛି । କାରଣ ପ୍ରତ୍ୟହ ସ୍କୁଲ, କଲେଜ ଯା ଆସ କରୁଥିବା ଛୋଟ ଛୋଟ ସ୍କୁଲ ପିଲା,ବୃଦ୍ଧ ବୃଦ୍ଧାଙ୍କର ଜାତାୟତର ସୁରକ୍ଷା ଦୃଷ୍ଟିରୁ ଓ ଦୃତ ଯାନ ଚଳାଚଳ କୁ ରୋକିବାକୁ ପ୍ରତି ଛକ ମାନଙ୍କରେ ହମ୍ପସ ନିର୍ମାଣ ନିତ୍ୟାନ୍ତ ଜରୁରୀ ହୋଇପଡିଛି ।
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ