ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଷ୍ଟାଚ୍ୟୁ ଅଫ ୟୁନିଟି ପହଂଚି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ
ରାଜପିପଲା/ଅହମଦାବାଦ, ୨୭ ଫେବୃଆରୀ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନର୍ମଦା ଜିଲ୍ଲାର ଏକତାନଗରରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଶ୍ୱର ସବୁଠୁ ଉଚ୍ଚ ୧୮୨ ମିଟର ପ୍ରତିମୂର୍ତି (ଷ୍ଟାଚ୍ୟୁ ଅଫ ୟୁନିଟି) ଗସ୍ତ କରିଛନ୍ତି । ସେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଶାଳ ପ୍ରତିମୂର୍ତିର ଚ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଷ୍ଟାଚ୍ୟୁ ଅଫ ୟୁନିଟି ପହଂଚି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ


ରାଜପିପଲା/ଅହମଦାବାଦ, ୨୭ ଫେବୃଆରୀ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନର୍ମଦା ଜିଲ୍ଲାର ଏକତାନଗରରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଶ୍ୱର ସବୁଠୁ ଉଚ୍ଚ ୧୮୨ ମିଟର ପ୍ରତିମୂର୍ତି (ଷ୍ଟାଚ୍ୟୁ ଅଫ ୟୁନିଟି) ଗସ୍ତ କରିଛନ୍ତି । ସେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଶାଳ ପ୍ରତିମୂର୍ତିର ଚରଣରେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ରାଜ୍ୟ ପ୍ରୋଟୋକଲ ମନ୍ତ୍ରୀ ଜଗଦିଶ ବିଶ୍ୱକର୍ମା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏଥି ସହିତ ପ୍ରତିମୂର୍ତି ପରିସର ସ୍ଥିତ ପ୍ରଦର୍ଶନୀ ହଲ୍ ମଧ୍ୟ ବୁଲି ଦେଖିଥିଲେ ରାଷ୍ଟ୍ରପତି । ଏହାପରେ ରାଷ୍ଟ୍ରପତି ଷ୍ଟାଚ୍ୟୁ ଅଫ ୟୁନିଟି ଦର୍ଶନ ଦୀର୍ଘାରୁ ସର୍ଦ୍ଦାର ସରୋବର, ନର୍ମଦା ବନ୍ଧ ଏବଂ ବିନ୍ଧ୍ୟାଚଂଳ-ସତପୁଡ଼ା ପର୍ବତ ଶୃଙ୍ଖଳାର ପ୍ରାକୃତିକ ସୁନ୍ଦରତା ଅବଲୋକନ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ପବିତ୍ର ମହାଶିବରାତ୍ରୀ ଅବସରରେ ନର୍ମଦାର ଅତିଥି ହୋଇଥିଲେ । ରାତ୍ରୀବିଶ୍ରାମ ପରେ ଆଜି ଦ୍ୱିତୀୟ ଦିନରେ ସେ ଷ୍ଟାଚ୍ୟୁ ଅଫ ୟୁନିଟି ର ଅବଲୋକନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande