ଘଟଗାଁ, ୨୭ ଫେବୃଆରୀ (ହିସ) - ଆନନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ୨୭ ତାରିଖ ଗୁରୁବାର ଦିନ ବିଦ୍ୟାଳୟ ପରିସରରେ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବାର ଦେଖାଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କଲେକୃଷ୍ଣ ପଦିଙ୍କ ସଂଯୋଜନାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଷାରାଣୀ ଜେନା, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ଉପ-ସଭାପରି ଜଗନ୍ନାଥ ସିଂ, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ପାତ୍ର, ସଦସ୍ୟ ମମତାରାଣୀ ମହାନ୍ତ ପ୍ରମୁଖ ଯୋଗଦେଇ ଆନନ୍ଦପୁର ଉପଖଣ୍ଡରେ କାର?୍ୟ୍ୟରତ ବରିଷ୍ଠ ସାମ୍ବାଦିକ ନିରାକାର ଦନେଇ, ହରେକୃଷ୍ଣ ପାତ୍ର, ରତିକାନ୍ତ ସାହୁ, ଗଣେଶ୍ୱର ମହାନ୍ତି, ସତ୍ୟରଂଜନ ଦାଶ, ଇଲାଟେନ୍ଦୁ ଧର, ନିର୍ମଳ ଚନ୍ଦ୍ର ରାଉଳ, ରାଜକିଶୋର ସାହୁ ପ୍ରମୁଖଙ୍କୁ ଯୁଗ୍ରହ ଦେଇ ସମ୍ବନ୍ଧିତ କରିଥିଲେ । ଗୁରୁଜୀ ପଟ୍ଟଳ କୁମାର ମହାନ୍ତି ସୁବିର ମିଶ୍ର, କିରଣବାଳୀ ବେଉରିଆ, ସୌଦାମିନୀ ଦାଶ, ହେମନ୍ତ କୁମାର ସାହୁଙ୍କ ସହ ସମସ୍ତ ଗୁରୁଜୀ, ଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ