ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, ୨୭ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା କୋର୍ଟ, ପଟ୍ଟାମୁଣ୍ଡାଇ କୋର୍ଟ, ଆଳି କୋର୍ଟ ଓ ଗ୍ରାମ ନ୍ୟାୟାଳୟ ରାଜନଗର କୋର୍ଟ ପରିସରରେ ଆସନ୍ତା ମାର୍ଚ୍ଚ ୮ ତାରିଖ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁଙ୍କ ଅଧ୍ୟକ୍ଷତାରେ ଏନେଇ ଏକ
ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା, ୨୭ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା କୋର୍ଟ, ପଟ୍ଟାମୁଣ୍ଡାଇ କୋର୍ଟ, ଆଳି କୋର୍ଟ ଓ ଗ୍ରାମ ନ୍ୟାୟାଳୟ ରାଜନଗର କୋର୍ଟ ପରିସରରେ ଆସନ୍ତା ମାର୍ଚ୍ଚ ୮ ତାରିଖ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଚାରଧୀନ ଫୈାଜଦାରୀ, ଦେୱାନୀ ମାମଲାର ଆପୋଷ ସମାଧାନ ସହଜରେ କରାଯାଇ ପାରିବ । ତତ୍ ସହିତ ମୋଟର ଯାନ ଦୁର୍ଘଟଣା ଜନିତ ମାମଲା, ବ୍ୟାଙ୍କ ଋଣ ମାମଲା, ଘରୋଇ ହିଂସା ମାମଲା ଅଦିଗୁଡିକର ମାମଲା ସହଜରେ ସମାଧାନ କରାଯାଇ ପାରିବ ବୋଲି ଜିଲ୍ଲା ଆଇନସେବା ପ୍ରାଧିରଣ ସଚିବ ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande