ନୂଆଦିଲ୍ଲୀ, 27 ଫେବ୍ରୁଆରି (ହି.ସ.)
- କେନ୍ଦ୍ର
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଂଜରାପୁ ରାମମୋହନ ନାଇଡୁ ଆଜି ଚେନ୍ନାଇ ଏୟାରପୋର୍ଟରେ
ଉଡାଣ ଯାତ୍ରୀ କାଫେର ଉଦଘାଟନ କରିଛନ୍ତି, ଯାହା ଏହି ଅଦ୍ଭୁତପୂର୍ବ ପଦକ୍ଷେପ ଅନ୍ତର୍ଗତ
ଦ୍ୱିତୀୟ ଏଭଳି ସୁବିଧା ଅଟେ । ପୂର୍ବରୁ 2024 ଡିସେମ୍ବର 19ରେ କୋଲକାତା ନେତାଜୀ ସୁଭାଷ
ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଏୟାରପୋର୍ଟର ଶହେତମ ବର୍ଷ ପୂର୍ତ୍ତି ଉପଲକ୍ଷେ
ଉଡାଣ ଯାତ୍ରୀ କାଫେର ଉଦଘାଟନ କରିଥିଲେ । ଚେନ୍ନାଇ ଏୟାରପୋର୍ଟରେ ଟି-1 ଘରୋଇ ଟର୍ମିନାଲର
ପ୍ରି-ଚେକ ଏରିଆରେ ରଣନୈତିକ ଭାବେ ଥିବା ଏହି କାଫେ ସମସ୍ତ କନେକ୍ଟେଡ ଯାତ୍ରୀଙ୍କୁ ଜଳପାନ
ସାମଗ୍ରୀ ପ୍ରଦାନ କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା