ବେଆଇନ କରତକଳ ଜବତ, ୪ଅଟକ
ଭଦ୍ରକ, ୨୭ଫେବୃଆରୀ : ଭଦ୍ରକ ପୁରୁଣା ବଜାର ହଳଦୀଡିହରେ ବହୁଦିନରୁ ଚାଲୁଥିବା ଏକ ବେଆଇନ କରତ କଳ ଉପରେ ବନବିଭାଗ ସିଟି ଡିଏସପି ମିଳିତ ଭାବେ ରେଡ୍ କରିଛନ୍ତି। ଏହି ରେଡ୍ ସମୟରେ ଲକ୍ଷାଧିକ ଟଙ୍କାର କାଠ ଜବତ ହୋଇ ୪ ଜଣଙ୍କୁ ଅଟକ ରଖଆଯାଇଛି । ଏଠାରେ ସୂଚନାଯୋଗ୍ୟ ବିନା ଲାଇସେନ୍ସରେ ବନବିଭାଗ ଓ ପୋଲିସ ଆଖ
ବେଆଇନ କରତକଳ ଜବତ, ୪ଅଟକ


ଭଦ୍ରକ, ୨୭ଫେବୃଆରୀ : ଭଦ୍ରକ ପୁରୁଣା ବଜାର ହଳଦୀଡିହରେ ବହୁଦିନରୁ ଚାଲୁଥିବା ଏକ ବେଆଇନ କରତ କଳ ଉପରେ ବନବିଭାଗ ସିଟି ଡିଏସପି ମିଳିତ ଭାବେ ରେଡ୍ କରିଛନ୍ତି। ଏହି ରେଡ୍ ସମୟରେ ଲକ୍ଷାଧିକ ଟଙ୍କାର କାଠ ଜବତ ହୋଇ ୪ ଜଣଙ୍କୁ ଅଟକ ରଖଆଯାଇଛି । ଏଠାରେ ସୂଚନାଯୋଗ୍ୟ ବିନା ଲାଇସେନ୍ସରେ ବନବିଭାଗ ଓ ପୋଲିସ ଆଖିରେ ଧୁଳି ଦେଇ ଚୋରାରେ କରତକଳ ଚାଲୁଥିବା ନେଇ ବନ ବିଭାଗ ଜାଣିବାକୁ ପାଇ ଏହା ଉପରେ ଚଢାଉ କରିଛି । ଏହି ଚଢାଉ ସମୟରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ସହ କାଠରେ ନିର୍ମାଣ ହୋଇଥିବା ବିଭିନ୍ନ ଆସବାବପତ୍ର ଜବତ ହୋଇଛି।କରିବା ସହ ଏହି କରତ କଳର ମାଲିକ କିଏ ତାହା ଜଣାପଡ଼ି ନଥିବା ବେଳେ ଏହାକୁ ନେଇ ତନାଘନା ଆରମ୍ଭ କରିଛି ବନବିଭାଗ।

ହିନ୍ଦୁସ୍ତାନ ସମାଚାର /ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande