ଭୁବନେଶ୍ୱର, 27 ଫେବ୍ରୁଆରି (ହି.ସ.)
- ବିଜେପି ରାଷ୍ଟ୍ରୀୟ
ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତକୁ ନେଇ ଉତ୍ସାହିତ ରାଜ୍ୟ ବିଜେପି। ଆସନ୍ତାକାଲି ରାଜ୍ୟ ଅତିଥି
ଭବନରେ ନଡ୍ଡା ଅଢେଇ ଘଣ୍ଟା ରହିବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ବିରଂଚି
ତ୍ରିପାଠୀ । ବିଜେପିର ରାଜ୍ୟ ନେତୃତ୍ୱଙ୍କୁ ଭେଟି ଆଲୋଚନା କରିବେ। ସଂଗଠନ ଆଉ ସରକାର ସମନ୍ଵୟ
ନେଇ ବିଭିନ୍ନ ଦିଗରୁ କରିବେ ଆଲୋଚନା। ରାଜ୍ୟ
ସଭାପତି ଚୟନ ନେଇ ମଧ୍ୟ ଆଲୋଚନା ହୋଇପାରେ । ବିଜେପି ରାଜ୍ୟ ନେତୃତ୍ବକୁ ସଂଗଠନ କିପରି ବଢିବ
ସେ ନେଇ ନଡ଼ା ଦେବେ ପରାମର୍ଶ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା