ମହାକୁମ୍ଭନଗର, 27 ଫେବ୍ରୁଆରି (ହି.ସ.)
- ବିଶ୍ୱର
ସବୁଠୁ ବଡ ସନାତନ ଧର୍ମର ପ୍ରୟାଗରାଜ ମହାକୁମ୍ଭର ଅନ୍ତିମ ସ୍ନାନ ପର୍ବ ମହାଶିବରାତ୍ରିର ସକୁଶଳ
ସଂପନ୍ନ ହେବା ପରେ ବି ଗୁରୁବାର ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି । ସକାଳୁ ଲକ୍ଷାଧିକ ଭକ୍ତ ପତିତ
ପାବନୀ ମାଆ ଗଙ୍ଗା, ଯମୁନା, ଓ ସରସ୍ୱତୀଙ୍କ ପବିତ୍ର ସଙ୍ଗମରେ ଆସ୍ଥାର ବୁଡ ପକାଇଛନ୍ତି ।
ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।
ଶ୍ରଦ୍ଧାଳୁଙ୍କ ସୁରକ୍ଷା
ପାଇଁ ଜଳ ପୋଲିସ, ସ୍କୁବା, ଏନଡିଆରଏଫ ଟିମ ଓ ସିଆରପିଏଫ, ପିଏସି ସମେତ ଅନ୍ୟ ସମସ୍ତ ସୁରକ୍ଷା
ଏଜେନ୍ସି ଲଗାତର ନଜର ରଖିଛନ୍ତି । ଏହା ବ୍ୟତୀତ ସମସ୍ତ ଘାଟରେ ସିସିଟିଭି କ୍ୟାମେରା ଓ ଡ୍ରୋନ
ମାଧ୍ୟମରେ ଭିଡ ନିୟନ୍ତ୍ରଣ ସହିତ ସୁରକ୍ଷା କଡାକଡି କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା