ସରଦାର ସରୋବର ବନ୍ଧ ଓ ଜଙ୍ଗଲ ସଫାରୀ ପାର୍କର ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଜପିପଲା, 27 ଫେବ୍ରୁଆରି (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ନର୍ମଦା ଜିଲ୍ଲାର ଏକତାନଗର ସ୍ଥିତ ସରଦାର ସରୋବର ବନ୍ଧ ଓ ଜଙ୍ଗଲ ସଫାରୀ ପାର୍କ ପରିଦର୍ଶନ କରିଛନ୍ତି । ତାଙ୍କ ସହ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ରାଜ୍ୟ ପ୍ରୋଟକଲ ମନ୍ତ୍ରୀ ଜଗଦୀଶ ବିଶ୍
ସରଦାର ସରୋବର ବନ୍ଧ ଓ     ଜଙ୍ଗଲ ସଫାରୀ ପାର୍କର ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ


ରାଜପିପଲା, 27 ଫେବ୍ରୁଆରି (ହି.ସ.)- ରାଷ୍ଟ୍ରପତି

ଦ୍ରୌପଦୀ ମୁର୍ମୁ ଗୁରୁବାର ନର୍ମଦା ଜିଲ୍ଲାର ଏକତାନଗର ସ୍ଥିତ ସରଦାର ସରୋବର ବନ୍ଧ ଓ ଜଙ୍ଗଲ

ସଫାରୀ ପାର୍କ ପରିଦର୍ଶନ କରିଛନ୍ତି । ତାଙ୍କ ସହ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ରାଜ୍ୟ

ପ୍ରୋଟକଲ ମନ୍ତ୍ରୀ ଜଗଦୀଶ ବିଶ୍ୱକର୍ମା ବି ଉପସ୍ଥିତ ଥିଲେ ।

ରାଷ୍ଟ୍ରପତି ସରଦାର

ସରୋବର ବନ୍ଧର ଭବ୍ୟତା ଦେଖିଥିଲେ, ଯାହା ବିନ୍ଧ୍ୟାଂଚଳ ଓ ସତପୁଡା ପର୍ବତମାଳାର ପ୍ରାକୃତିକ

ସୁନ୍ଦରତା ମଧ୍ୟରେ ସ୍ଥିତ ଇଂଜିନିୟରିଂ କୌଶଳର ଏକ ଚମତ୍କାର ଉଦାହରଣ ଅଟେ । ରାଷ୍ଟ୍ରପତିଙ୍କୁ

ବନ୍ଧ ନିର୍ମାଣ ପଛର ସଂଘର୍ଷ ଓ ବିଶାଳ ମାତ୍ରରେ ଜଳ ଗଚ୍ଛିତ, ନହର ନେଟୱର୍କ ଓ ସଂଗ୍ରହିତ ଜଳର

ଲାଭ ସଂପର୍କରେ ଅବଗତ କରାଯାଇଥିଲା ।

ରାଷ୍ଟ୍ରପତି ଜଙ୍ଗଲ ସଫାରୀ

ପାର୍କରେ ଜାଗୁଆର, ଏସିଆ ବାଘ, ବେଙ୍ଗଲ ଟାଇଗର, ଗଣ୍ଡା ସହିତ ପକ୍ଷୀଶାଳାରେ ଦେଶଦୁନିଆର

ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ନିକଟରୁ ଦେଖିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande