ମହାକୁମ୍ଭନଗର, 27 ଫେବ୍ରୁଆରି (ହି.ସ.)
-ରେଳମନ୍ତ୍ରୀ
ଅଶ୍ୱିନୀ ବୈଷ୍ରବ ଆଜି ପ୍ରୟାଗରାଜ ଜଙ୍କସନରେ ପହଂଚିଛନ୍ତି । ରେଲୱେ ଅଧିକାରୀଙ୍କୁ ଭେଟି
ମହାକୁମ୍ଭ ସମୟରେ ରେଲୱେ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହାସହିତ ସେମାନଙ୍କୁ କୃତଜ୍ଞତା
ଜ୍ଞାପନ କରିଛନ୍ତି । ସେ କହିଛନ୍ତି ଯେ, ମହାକୁମ୍ଭର ଆୟୋଜନ ଭାରତୀୟ ସଂସ୍କୃତି ଓ ସାମାଜିକ
ସମାନତାର ପ୍ରତୀକ ଅଟେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ଭବ୍ୟ ଆୟୋଜନ
ସମ୍ଭବ ହୋଇଛି । ଏଥିରେ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରମୁଖ ଭୂମିକା
ରହିଛି । ସେ ବିହାର ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ବି ଧନ୍ୟବାଦ ଜଣାଇଥିଲେ । ବୈଷ୍ରବ
କହିଛନ୍ତି ଯେ, ଏହି ଦୁଇ ନେତାଙ୍କ ସହଯୋଗରେ ରେଲୱେ ଉତମ ସମନ୍ୱୟ ସ୍ଥାପିତ କରିଥିଲା ଏବଂ
ଶ୍ରଦ୍ଧାଳୁଙ୍କୁ ସୁଗମ ଯାତ୍ରାର ସୁବିଧା ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା