ଆନ୍ତର୍ଜାତିକ ଯୋଗ ଦିବସରେ ରାଜଧାନୀ ପାଟନା ସମେତ ରାଜ୍ୟର ସହର ଠାରୁ ଗାଁ ପର୍ଯ୍ୟନ୍ତ ଯୋଗକଲେ ଲୋକ
ପାଟନା, ୨୧ ଜୁନ୍ (ହି.ସ.)- ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଶନିବାର ବିହାରର ରାଜଧାନୀ ପାଟନା ସମେତ ସାରା ରାଜ୍ୟରେ ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ବିଶେଷ ବ୍ୟକ୍ତିବିଶେଷଙ୍କ ଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଯୋଗ କରିଛନ୍ତି । ବିହାରର ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ରାଜଭବନରେ ଆନ୍ତର୍
ଆନ୍ତର୍ଜାତିକ ଯୋଗ ଦିବସରେ ରାଜଧାନୀ ପାଟନା ସମେତ ରାଜ୍ୟର ସହର ଠାରୁ ଗାଁ ପର୍ଯ୍ୟନ୍ତ ଯୋଗକଲେ ଲୋକ


ପାଟନା, ୨୧ ଜୁନ୍ (ହି.ସ.)- ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଶନିବାର ବିହାରର ରାଜଧାନୀ ପାଟନା ସମେତ ସାରା ରାଜ୍ୟରେ ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ବିଶେଷ ବ୍ୟକ୍ତିବିଶେଷଙ୍କ ଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଯୋଗ କରିଛନ୍ତି । ବିହାରର ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ରାଜଭବନରେ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଯୋଗ କରି ନିରୋଗୀ ଶରୀର ନିମନ୍ତେ ରାଜ୍ୟବାସୀଙ୍କୁ ପ୍ରେରଣା ଦେଇଥିଲେ ।

ପାଟଳିପୁତ୍ର ସ୍ପୋର୍ଟସ କମ୍ପେ୍ଲକ୍ସରେ ଯୋଗ ଦିବସ ଅବସରରେ ଭାଜପା ପ୍ରଦେଶ ଅଧ୍ୟକ୍ଷ ଦିଲୀପ ଜୟସୱାଲ, ସାଂସଦ ରବିଶଙ୍କର ପ୍ରସାଦ, ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଏବଂ ସମ୍ରାଟ ଚୌଧୁରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଳ ପାଣ୍ଡେ ଏବଂ ଅନ୍ୟ ମାନେ ଯୋଗାସନ କରିଥିଲେ । ଏହି ଅବସରରେ ଭାଜପା ପ୍ରଦେଶ ଅଧ୍ୟକ୍ଷ ଦିଲୀପ ଜୟସୱାଲ କହିଥିଲେ ଯେ, ଆଜି ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି । ଆଜି ସାରା ବିଶ୍ୱ ଯୋଗର ମହତ୍ୱ ବାବଦରେ ବୁଝୁଛି । ଏହାକୁ ନିଜ ଜୀବନରେ ବିନିଯୋଗ କରିବାକୁ ପ୍ରୟାସ କରୁଛି । ଯେଉଁ ବ୍ୟକ୍ତି ସୁସ୍ଥ ରହି ଦୁନିଆରେ କିଛି କରିବାକୁ ଚାହୁଁଛି, ସେ ଯୋଗ କରିବା ନିହାତି ଆବଶ୍ୟକ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande