ଏବିଭିପି ବଲାଙ୍ଗିର ର ବିକ୍ଷୋଭ ପ୍ରଦର୍ଶନ ବାଲେଶ୍ଵର, ସମ୍ବଲପୁର ଓ ପିପିଲି ଘଟଣା ରେ ସଂମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଫାସି ଦାବି କଲା ଏବିଭିପି
ବଲାଙ୍ଗିର, 19 ଜୁଲାଇ (ହି.ସ.) ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ଜିଲ୍ଲା ବଲାଙ୍ଗିର ନଗର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସାମ୍ନା ରେ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ,ବାଲେଶ୍ବରର ଛାତ୍ରୀ ଆତ୍ମହତ୍ୟା, ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ଓ ଆଜି ପୁରୀ
ଏବିଭିପି ବଲାଙ୍ଗିର ର ବିକ୍ଷୋଭ ପ୍ରଦର୍ଶନ ବାଲେଶ୍ଵର, ସମ୍ବଲପୁର ଓ ପିପିଲି ଘଟଣା ରେ ସଂମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଫାସି ଦାବି କଲା ଏବିଭିପି


ଏବିଭିପି ବଲାଙ୍ଗିର ର ବିକ୍ଷୋଭ ପ୍ରଦର୍ଶନ ବାଲେଶ୍ଵର, ସମ୍ବଲପୁର ଓ ପିପିଲି ଘଟଣା ରେ ସଂମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଫାସି ଦାବି କଲା ଏବିଭିପି


ବଲାଙ୍ଗିର, 19 ଜୁଲାଇ (ହି.ସ.)

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ଜିଲ୍ଲା ବଲାଙ୍ଗିର ନଗର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସାମ୍ନା ରେ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ,ବାଲେଶ୍ବରର ଛାତ୍ରୀ ଆତ୍ମହତ୍ୟା, ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ଓ ଆଜି ପୁରୀ ପିପିଲି ର ଠାରେ

+୨ ଛାତ୍ରୀକୁ ଜାଲିଦିଆଯାଇଥିବା ଘଟଣାରେ ସଂପୃକ୍ତ ଥିବା ଅଧ୍ୟାପକ ସମିର ସାହୁ, ଅଧ୍ୟକ୍ଷ ଦିଲିପ ଘୋଷ, ଅଧ୍ୟାପକ ଗୋପିନାଥ ସୁନା କୁ ଫାସି ଦେବା।ଓ ICC କମିଟି ରେ ସମସ୍ତ ସମସ୍ୟା କୁ ତଦନ୍ତ ପରିସରଭୁକ୍ତ କରି ତାଙ୍କୁ ମଧ୍ୟ ଦଣ୍ଡ ଦେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କୁଶ ପୁତ୍ତଳିକା ଦାହ କରିଛନ୍ତି। ଆଗାମୀ ଦିନରେ ଏପରି କୌଣସି ଅଘଟଣ ନଘଟୁ ତା ପାଇଁ ସରକାର ଧ୍ୟାନ ଦିଅନ୍ତୁ ଓ ପ୍ରତି କଲେଜ କ୍ୟାମ୍ପସ ରେ ICC କମିଟି ଗଠନ କରିବା ପାଇଁ ସରକାର କୁ ଦାବି କରିଛନ୍ତି।

ABVP ର ଦାବି:

ଅସହ୍ୟ ମାନସିକ ନିର୍ଯ୍ୟାତନାରେ ପୀଡ଼ିତ ହୋଇ ଆତ୍ମହତ୍ୟା କରି ଦେଇଥିବା ଛାତ୍ରୀଙ୍କ ମୃତ୍ୟୁ ପାଇଁ ଦାୟୀ ମୁଖ୍ୟ ଅଭିଯୁକ୍ତ HOD ବିରୋଧରେ ତୁରନୁ ଓ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ

ସାମାଜିକ ଗଣମାଧ୍ୟମରେ ପୀଡ଼ିତାଙ୍କ ଚରିତ୍ର ସଂହାର କରିଥିବା NSUI ଛାତ୍ର ନେତାମାନଙ୍କୁ ଗିରଫ

ଆଇନ ଅନୁଯାୟୀ ସ୍ଥାୟୀ ICC କମିଟି ଗଠନ

ଯେଉଁମାନେ ଏହି ମାନସିକ ନିର୍ଯ୍ୟାତନା ଏବଂ ଚରିତ୍ର ହନନ କରିଛନ୍ତି, ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ

ରାଜ୍ୟରେ ନିର୍ଭୟା ଆଇନ ଭଳି 'ସୌମ୍ୟାଶ୍ରୀ ଆଇନ' ଆସିବା ଦରକାର ଯାହା ଦ୍ବାରା ଶିକ୍ଷାନୁଷ୍ଠାନରେ

ଯୌନ ନିର୍ଯାତନା କରୁଥିବା ଦୋଷୀ ମାନଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବ

ଏବିଭିପି ପୀଡିତାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରଖୁବ।

ଜିଲ୍ଲା କାର୍ଯ୍ୟାଳୟ ରେ ସୌମ୍ୟାଶ୍ରୀ ବିଶି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପରିଷଦ (ଏବିଭିପି) ବଲାଙ୍ଗିର ନଗର ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ବାଲେଶ୍ବର ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।। ଏଥିରେ ଜିଲ୍ଲା ର ପ୍ରମୁଖ କାର୍ଯ୍ୟକର୍ତ୍ତା ବିଭାଗ ସଂଯୋଜକ ମଞ୍ଜିତ କୁମାର କର୍ମି,ଓଡ଼ିଶା ପଶ୍ଚିମ ପ୍ରାନ୍ତର SFD ପ୍ରମୁଖ ବିକାଶ ସାହୁ, , ଛାତ୍ର ନେତା ଆକାଶ କମ୍ପ, ପୂର୍ବତନ ଜିଲ୍ଲା ସଂଯୋଜକ ଉତ୍ତମ ବରାଡ, ଅଙ୍କିତା ସତପଥି, ଝରଣା ବାଗ,ଡିମ୍ପଲ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande