ଭଦ୍ରକ, ୧୯ ଜୁଲାଇ (ହି.ସ.) - ଆଜି ଭଦ୍ରକ ସହରାଂଚଳ ଥାନା ପୁଲିସ୍ ଏମ୍ଭିଆଇ ଚେକିଂ କରୁଥିବାବେଳେ ଡାହାଣୀଗଡିଆ ଛକ ନିକଟରେ ଜଣେ ଯୁବକ ଠାରୁ ୧୨.୬ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏସ୍ପି ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଗତ କିଛିଦିନ ଧରି ଏମ୍ଭିଆଇ ଚେକିଂ ହେଉଛି। ତେବେ ଆଜି ସହରାଂଚଳର ଥାନାର ଏହି ଚେକିଂ ସମୟରେ ସନ୍ଦିଗ୍ଧ ଯୁବକ ଠାରୁ ଏହି ବ୍ରାଉନସୁଗାର ଜବତ ହୋଇଛି। ଯୁବକର ଘର ଯାଜପୁର ଜିଲା କୋରେଇ ଥାନା ପୂର୍ବକୋର୍ଟ ଗ୍ରାମ ହୋଇଥିବାବେଳେ ତାହାର ନାମ କୱାଡି ଦୁଲାଲ ଅଟେ। ସେ ବ୍ୟବହାର କରୁଥିବା ବାଇକ୍ଟି ଚୋରା ବୋଲି ଜଣାପଡିଛି। ଏହି ଘଟଣାରେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇ ଯୁବକକୁ ଗିରଫ କରାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ