ମାଲକାନଗିରି, ୧୯ ଜୁଲାଇ (ହି.ସ.)ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟନେଲ କ୍ୟାମ୍ପ ସଦର ପଞ୍ଚାୟତରେ ରାସ୍ତା ପରେ କୁଢ଼କୁଢ଼ ଆଧାର କାର୍ଡ ପଡିଥିବା ଦେଖିବାକୁ ମିଳିଛି। ଏହି ଆଧାର କାର୍ଡ ଟନେଲ କ୍ୟାମ୍ପ ପଞ୍ଚାୟତର କୁନି କୁନି ପିଲାଙ୍କର ବୋଲି ଜଣାପଡିଛି। ଏ ସମ୍ବନ୍ଧରେ ଗ୍ରାମବାସୀ କହିଛନ୍ତି, ଟନେଲ କ୍ୟାମ୍ପ ପଞ୍ଚାୟତର ପି ଲାମାନଙ୍କୁ ବିଦ୍ୟାଳୟରେ ଭର୍ତ୍ତି କରିବା ନିମନ୍ତେ ଆ ଧାର କାର୍ଡର ଆବଶ୍ୟକତା ଥିବାରୁ ସମସ୍ତେ “ଵାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଧାର କାର୍ଡ ପାଇଁ ଆବେଦନ କରିଥିଲେ । ତେବେ ଶହ ଶ ହ ଆଧାର କାର୍ଡ ବାଲିମେଳା ଡାକଘରକୁ ଆସିଥିବା ବଳେ ଡାକଘର କର୍ମଚାରୀ ଟନେଲକ୍ୟାମ୍ପ ସରପଞ୍ଚଙ୍କୁ ସ ମସ୍ତ ଆଧାର କାର୍ଡ ବାଣ୍ଟିବା ପାଇଁ ପଠାଇ ଦେଇଥିଲେ। ତେବେ ସରପଞ୍ଚ ଏହି ଆଧାର କାର୍ଡ କାହାରିକୁ ନ ବାଣ୍ଟି ରାସ୍ତା ଉପରେ ଫୋପାଡି ଦେଇଥୁବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିସହ ଡାକ କର୍ମଚାରୀ ଆଧାର କାର୍ଡ ଆସିଛି ବୋଲି କହି ପଞ୍ଚାୟତର ସମସ୍ତଙ୍କଠାରୁ ୫୦ ଟଙ୍କା ଲେଖାଏଁ ଆଦାୟ କରି ନେଇଥିଲେ । ଟଙ୍କା କାହିଁକି ଆଦାୟ କରୁଛନ୍ତି ବୋଲି ଅଭିଭାବକ ପଚାରିବାରୁ ଘରକୁ ଆସି ଆଧାର କାର୍ଡ ଦେଉଛୁ, ତେଣୁ ଆମର ଯିବାଆସିବା ଖର୍ଚ୍ଚ ବାବଦକୁ ଏହି ଟଙ୍କା ନେଉଛୁ ବୋଲି କହିଥିଲେ!ଏ ସମ୍ବନ୍ଧରେ ବାଲିମେଳା ଡାକଘର ପୋଷ୍ଟମାଷ୍ଟରଙ୍କୁ ପଚାରିବାରୁ ଆଧାର କାର୍ଡ ଆସିଥିବ କହିଥିଲେ, କିନ୍ତୁ ଏହି ଆଧାର କାର୍ଡ କାହାକୁ ଦିଆଯିବ -କାହା କାହା ନାମରେ ଅଛି ତାହାର ସ୍ବତନ୍ତ୍ର ତାଲିକା ଆସି ନ ଥିଲା। ତେଣୁ ଏହାକୁ ଆମେ ସ୍ଥାନୀୟ ସରପଞ୍ଚଙ୍କୁ ଦେଇଥିଲୁ ବୋଲି ପ୍ରକାଶ କରିଥିଲେ । ଏଥିସହ ୫୦ଟଙ୍କା ଆଦାୟ କରିବା ମଧ୍ୟ ସ୍ବୀକାର କରିଥିଲେ ତେବେ କୁନି କୁନି ପିଲାଙ୍କ ଭବିଷ୍ୟତ ସହ ଡାକ ବିଭାଗ କର୍ମଚାରୀ ଖେଳୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି!
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ