ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଛି କିଏ ଦ୍ଵିତୀୟରେ ରହିବ- ବିଜେପି
ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ଏଫଏମ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗରେ ବିଜେଡ଼ିର ପ୍ରତିବାଦ ନେଇ ବିଜେପି ବିଧାୟକ ଅଶୋକ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଛି କିଏ ଦ୍ଵିତୀୟରେ ରହିବ । ଏମାନେ କେବଳ ଅଭି
ବିଜେଡ଼ି ଓ କଂଗ୍ରେସ     ମଧ୍ୟରେ ପ୍ରତିଯୋଗିତା ଚାଲିଛି କିଏ ଦ୍ଵିତୀୟରେ ରହିବ- ବିଜେପି


ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ଏଫଏମ ଛାତ୍ରୀ

ମୃତ୍ୟୁ ପ୍ରସଙ୍ଗରେ ବିଜେଡ଼ିର ପ୍ରତିବାଦ ନେଇ ବିଜେପି ବିଧାୟକ ଅଶୋକ ମହାନ୍ତି ପ୍ରତିକ୍ରିୟା

ରଖିଛନ୍ତି । ସେ କହିଛନ୍ତି ଯେ, ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଛି କିଏ

ଦ୍ଵିତୀୟରେ ରହିବ । ଏମାନେ କେବଳ ଅଭିଯୋଗ କରୁଛନ୍ତି । ସେ ଅଭିଯୋଗର କୌଣସି ପ୍ରକାର ଆଧାର

ନାହିଁ । ସରକାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏଚଓଡ଼ି ଏବଂ ଅଧକ୍ଷଙ୍କୁ ଗିରଫ

କରିଛନ୍ତି । ଲୋକେ ବିଜେଡ଼ିକୁ ବଙ୍ଗୋପସାଗରରେ ଫୋପାଡ଼ିଛନ୍ତି, ସେମାନେ ପହଁରି କୂଳରେ ଲାଗିବାକୁ ବଳ ଜୁଟାନ୍ତୁ । କଂଗ୍ରେସ ଓ ବିଜେଡ଼ି

ସରକାର ଅମଳରେ ପରୀ, ପିହୁ, ଅଞ୍ଜନା ଭଳି

ଘଟଣା ଏବଂ ନବ ଦାସ ହତ୍ୟାକାଣ୍ଡ ଭଳି ଘଟଣା ଘଟିଛି । ସେତେବେଳେ କେହି ମୁଖ୍ୟମନ୍ତ୍ରୀ କିମ୍ବା

ରାଷ୍ଟ୍ରପତି ପୀଡିତା କିମ୍ବା ପରିବାରକୁ ଭେଟିବାକୁ ଯାଇନଥିଲେ । ଇତିହାସ ସୃଷ୍ଟି କରିଛି

ବିଜେପି । ନବ ଦାସ ହାତ୍ୟକାଣ୍ଡ ଉଠାଇ ବିଜେଡ଼ିକୁ ଟାର୍ଗେଟ କରିଛି ବିଜେପି । ନବ ଦାସଙ୍କ ହତ୍ୟା

କିଏ ମାରିଚି ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ | ବଳଙ୍ଗାରେ ଦୁର୍ବୁତ୍ତ

ମାନେ ଝିଅ ପୋଡିବା ଉଦ୍ୟମକୁ ନିନ୍ଦା କରିଛନ୍ତି ବିଜେପି ବିଧାୟକ । ଦୋଷୀଙ୍କ ବିରୁଦ୍ଧରେ ଦୃଢ

କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି, ପୀଡିତାଙ୍କୁ ସମସ୍ତ

ପ୍ରକାର ସ୍ୱାସ୍ଥ୍ୟ ସେବା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ବିଜେପି ବିଧାୟକ କହିଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande