ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ବଳଙ୍ଗାର
ପୀଡିତା ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ
ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବଳଙ୍ଗା ଥାନା ଅଞ୍ଚଳରେ
ଘଟିଥିବା ଅଘଟଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆହତ ନାବାଳିକାଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ଭୁବନେଶ୍ୱର
ଏମ୍ସକୁ ସ୍ଥାନାନ୍ତରଣ କରାଯାଇଛି। ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ
କରୁଛନ୍ତି। ଏ ସମ୍ପର୍କରେ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହ କଥା ହୋଇ ଉତ୍ତମ ସ୍ବାସ୍ଥ୍ୟ ସେବା
ଯୋଗାଇ ଦେବାପାଇଁ ପରାମର୍ଶ ଦେଇଛି । ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ
କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା