ଭୁବନେଶ୍ୱରରେ ପହଂଚିଲେ ବିଶ୍ୱ ପୋଲିସ ଓ ଅଗ୍ନିଶମ କ୍ରୀଡା 2025ର କ୍ରୀଡାବିତ
ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ଆମେରିକାର ବର୍ମିଂହାମଠାରେ ଆୟୋଜିତ ହୋଇଥିବା ବିଶ୍ୱ ପୋଲିସ ଓ ଅଗ୍ନିଶମ କ୍ରୀଡା 2025ରେ ଭାରତୀୟ ଦଳରେ ଅଂଶଗ୍ରହଣ କରି ଓଡିଶା ପୋଲିସକୁ ଗୌରବାନ୍ୱିତ କରିଥିବା କ୍ରୀଡ଼ାବିତମାନେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଛନ୍ତି। ଓଡ଼ିଶା ପୋଲିସ ପ
ଭୁବନେଶ୍ୱରରେ ପହଂଚିଲେ ବିଶ୍ୱ     ପୋଲିସ ଓ ଅଗ୍ନିଶମ କ୍ରୀଡା 2025ର       କ୍ରୀଡାବିତ


ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ଆମେରିକାର ବର୍ମିଂହାମଠାରେ

ଆୟୋଜିତ ହୋଇଥିବା ବିଶ୍ୱ ପୋଲିସ ଓ ଅଗ୍ନିଶମ କ୍ରୀଡା 2025ରେ ଭାରତୀୟ ଦଳରେ ଅଂଶଗ୍ରହଣ କରି ଓଡିଶା

ପୋଲିସକୁ ଗୌରବାନ୍ୱିତ କରିଥିବା କ୍ରୀଡ଼ାବିତମାନେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଛନ୍ତି।

ଓଡ଼ିଶା ପୋଲିସ ପକ୍ଷରୁ

ଡିସିପି ଭୁବନେଶ୍ୱର, ଜଗମୋହନ ମୀନା କ୍ରୀଡ଼ାବିତଙ୍କୁ ବିମାନ ବନ୍ଦର ନିକଟରେ ସ୍ୱାଗତ କରିଛନ୍ତି । ପୋଲିସ ବ୍ୟାଣ୍ଡ ପରିବେଷଣ ସହ ଏକ ବର୍ଣ୍ଣାଢ଼୍ୟ

ଶୋଭାଯାତ୍ରାରେ ପୋଲିସ ସେବା ଭବନକୁ ନିଆଯାଉଛି। ଆଥଲେଟ ଅଶୋକ ଦଣ୍ତସେନା, ସବିତା ଟପ୍ପୋ, ସୁସ୍ମିତା ଟିଗା କରାଟେ ପ୍ଲେୟର ସୁମାନ

ଶେଖଜର ଦାସ, ଡି ଭଗବାନ ରେଡି, ରିତେସ ରାୟ,

ଅଭିଶେଷ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହି ସାତ ଜଣ ଖେଳାଳି 13 ଟି ଗୋଲ୍ଡ଼, 3 ସିଲଭର 4 ବ୍ରୋଞ୍ଚ

ପଦକ ହାସଲ କରିଛନ୍ତି। ଏହି 7 ଖେଳାଳି ବର୍ତ୍ତମାନ ଓଡିଶା ପୋଲିସରେ

କାର୍ଯ୍ୟରତ ଅଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande