ବେଆଇନ କାମ କଲେ ଏ ସରକାରରେ ବର୍ତ୍ତି ପାରିବେନି- ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ନିବନ୍ଧନ ଅଧିକାରୀଙ୍କ ସମ୍ମିଳନୀରେ ଅଧିକାରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ବେଆଇନ କାମ କଲେ ଏ ସରକାରରେ ବର୍ତ୍ତି ପାରିବେନି । ଏ ସରକାରରେ ପଛ ଭୁଲ ପାଇଁ ଅବସର ପରେ ବି ପ୍ରୋସିଡି
ବେଆଇନ କାମ କଲେ ଏ     ସରକାରରେ ବର୍ତ୍ତି ପାରିବେନି- ରାଜସ୍ୱ       ମନ୍ତ୍ରୀ


ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ନିବନ୍ଧନ

ଅଧିକାରୀଙ୍କ ସମ୍ମିଳନୀରେ ଅଧିକାରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡା ଚେତାବନୀ

ଦେଇଛନ୍ତି । ସେ କହିଛନ୍ତି ଯେ, ବେଆଇନ କାମ କଲେ ଏ ସରକାରରେ ବର୍ତ୍ତି ପାରିବେନି । ଏ ସରକାରରେ

ପଛ ଭୁଲ ପାଇଁ ଅବସର ପରେ ବି ପ୍ରୋସିଡିଂ ଆରମ୍ଭ ହୋଇଛି । ଆମେ ମାଲିକ ଲୋକ ସେବା ପାଇଁ

ଆସୁଛନ୍ତି ସେ ଭ୍ରାନ୍ତିରେ ରୁହନ୍ତୁ ନାହିଁ ଅଧିକାରୀ । ବଡ଼ ନୁହେଁ ଭଲ ଅଧିକାରୀ ହୁଅନ୍ତୁ ।

ଗୋଟେ ବର୍ଷରେ 300ରୁ ଅଧିକ ହୋମ୍

ରେଜିଷ୍ଟ୍ରେସନ ହୋଇଛି ।ନିଜ ଅଂଚଳ ଏବଂ ଜିଲ୍ଲା ବାହାରକୁ ଯାଇକି ବି ଅଧିକାରୀ ରେଜିଷ୍ଟ୍ରେସନ

କରିଛନ୍ତି । ଯଦି ବିଭାଗ ପାଖରେ ଠିକ ସମୟରେ ତଥ୍ୟ ପହଂଚି ନଥାନ୍ତା ତାହେଲେ ଅଧିକାରୀ

ପାକିସ୍ଥାନ ବାହାରକୁ ଯାଇକି ଲାହୋରରେ ମଧ୍ୟ ରେଜିଷ୍ଟ୍ରେସନ କରି ଦେଇଥାନ୍ତେ । ମୃତକୁ ଜୀବିତ

କେବଳ ଭଗବାନ କରିପାରନ୍ତି । କିନ୍ତୁ ନିବନ୍ଧନ

ଅଧିକାରୀ ମୃତକୁ ଜୀବିତ ଏବଂ ଜୀବିତକୁ ମୃତ । ଆଧାର କାର୍ଡ ବଦଳାଇ, ଫଟୋ

ବଦଳାଇ ପାରୁଛନ୍ତି । 2014 ରୁ 24 ପାର୍ଟ

ପ୍ଲଟ ବନ୍ଦ ଥିଲା । ଅନେକ ଅଧିକାରୀ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ କଲେ କିନ୍ତୁ ଯଦି କରିବାର

ଥିଲା 100 ରୁ 40 କଲେ 60 ରିଜେକ୍ଟ କରିଦେଲେ । ଏହା ଉଦ୍ଦେଶ୍ୟ ମୂଳକ ଭାବେ ଅନିୟମିତତା ହୋଇଛି । ସେ ଅଧିକାରୀ

ଙ୍କ ବିରୋଧରେ ପ୍ରୋସିଡିଂ ଆରମ୍ଭ ହୋଇଛି । ଅବସର ପରେ ମଧ୍ୟ ପ୍ରୋସିଡିଂ ଆରମ୍ଭ ହୋଇଛି । ଯଦି

ଅଧିକାରୀ ବେଆଇନ କାମ କରିବେ ଭାବିବେ କେହି ଦେଖୁ ନାହାନ୍ତି ।ଚକା ଅଖି ସବୁ ଦେଖୁଛି । ରାଜସ୍ବ

ବିଭାଗ ସବୁ କିଛି ନିରୀକ୍ଷଣ କରୁଛି । ଏ ସମ୍ମିଳନୀର ଗୋଟିଏ ସନ୍ଦେଶ ଭଲ କାମ କର ଲୋକଙ୍କ ପାଇଁ

କାମ କର । ପିପୁଲ ଫ୍ରେଣ୍ଡଲି ଦପ୍ତର କରିବା । ଆମେ ମାଲିକ ଲୋକ ମାନେ ସେବା ପାଇଁ ଆସୁଛନ୍ତି । ଏ ଭ୍ରାନ୍ତିରେ ରୁହନ୍ତୁ ନାହିଁ । ଲୋକ ହେଉଛନ୍ତି

ଭିଆଇପି ଏବଂ ମାଲିକ ଆମେ ହେଲୁ ସେବକ । ସେ ଯୁଗ ଆଉ ନାହିଁ ଯେ ବଡ଼ ଅଧିକାରୀ ଦେଖେଇ ହେବା, ବଡ

ଅଧିକାରୀ ହୁଅନ୍ତୁ ନାହିଁ ଭଲ ଅଧିକାରୀ ହୁଅନ୍ତୁ । ବାରମ୍ବାର ଜଣେ ଲୋକ ଅଫିସକୁ ଆସିବାକୁ ନପଡୁ

ବୋଲି ସୁରେଶ ପୂଜାରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande