ନୂଆଦିଲ୍ଲୀ, 20 ଜୁଲାଇ (ହି.ସ.)
- ଗୁରୁ
ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ୟୁନିଭର୍ସିଟି ଶୈକ୍ଷଣିକ ବର୍ଷ 2025-26 ପାଇଁ ନିଜ
ପ୍ରତିଷ୍ଠିତ ଏମଫିଲ ପ୍ରୋଗ୍ରାମରେ ଦାଖଲ ପାଇଁ ଆବେଦନର ଅନ୍ତିମ ତାରିଖ ଜୁଲାଇ 24 ସ୍ଥିର
କରିଛି ।ଇଚ୍ଛୁକ ପ୍ରାର୍ଥୀ ୟୁନିଭର୍ସିଟିର ୱେବସାଇଟକୁ ଯାଇ ଆବେଦନ କରିପାରିବେ ।
ଆଇପି ୟୁନିଭର୍ସିଟିର ଲୋକସଂପର୍କ
ଅଧିକାରୀ ନଳିନୀ ରଞ୍ଜନ ରବିବାର କହିଛନ୍ତି ଯେ, ଏହି ଏମ୍.ଫିଲ୍ ପ୍ରୋଗ୍ରାମ୍ ଦୁଇଟି ବିଶେଷ ବିଷୟରେ ଉପଲବ୍ଧ ଅଛି – ସାଇକିଆଟ୍ରିକ୍ ସୋସିଆଲ୍ ୱାର୍କ ଓ ରିହ୍ୟାବିଲିଟେସନ୍ ସାଇକୋଲୋଜି ।
ପ୍ରତ୍ୟେକ ବିଷୟ ପାଇଁ
ଆଠଟି (8) ସିଟ୍ ଉପଲବ୍ଧ ଅଛି। ସାଇକିଆଟ୍ରିକ୍ ସୋସିଆଲ୍ ୱାର୍କ ପ୍ରୋଗ୍ରାମ୍ ନୂଆଦିଲ୍ଲୀର ଡ଼ା.
ରାମମନୋହର ଲୋହିଆ ହସ୍ପିଟାଲ୍ରେ ଚାଲିବ, ରିହ୍ୟାବିଲିଟେସନ୍ ସାଇକୋଲୋଜି ପ୍ରୋଗ୍ରାମ୍ ନ୍ୟାସନାଲ୍ ଇନ୍ସ୍ଟିଟ୍ୟୁଟ୍
ଫର୍ ଏମ୍ପାୱରମେଣ୍ଟ ଅଫ୍ ପର୍ସନ୍ସ ଵିଥ୍ ଇଣ୍ଟେଲେକ୍ଚୁଆଲ୍ ଡିସେବିଲିଟିଜର ଦିଲ୍ଲୀ ସ୍ଥିତ ରିଜନାଲ
ସେଂଟରରେ ଚାଲିବ । ଦୁଇଟି ପ୍ରୋଗ୍ରାମ୍ର ଅବଧି ଦୁଇ ବର୍ଷ ଅଟେ, ଏବଂ 10 ଅଗଷ୍ଟରେ ୟୁନିଭର୍ସିଟି ଦ୍ୱାରା ଆୟୋଜିତ ପ୍ରବେଶ ପରୀକ୍ଷା
ଆଧାରରେ ଭର୍ତ୍ତି ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା